ଭୋପାଳ : ଆଜି ହିନ୍ଦୀ ଦିବସ । ସମଗ୍ର ଦେଶରେ ସେପ୍ଟେମ୍ବର 14 ତାରିଖକୁ ଜାତୀୟ ହିନ୍ଦୀ ଦିବସ ଭାବେ ପାଳନ କରାଯାଏ । ଏହି ଅବସରରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ଜାତୀୟ ହିନ୍ଦୀ ଦିବସରେ ମାତୃଭାଷାକୁ ଉନ୍ନତ ଓ ସଶକ୍ତ ଆଧାର କହିବା ସହ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆ ଏକ୍ସରେ କହିଛନ୍ତି ଯେ, ବିଶିଷ୍ଟ ଓ ଅପ୍ରତିମ ଗର୍ବର ପର୍ଯ୍ୟାୟ ଜାତୀୟ ହିନ୍ଦୀ ଦିବସ ଅବସରରେ ଆପଣ ସମସ୍ତଙ୍କୁ ଶୁଭକାମନା ଜଣାଉଛି । ମାତୃଭାଷା ଉନ୍ନତିର ସଶକ୍ତ ଆଧାର ଅଟେ । ମୋର ଏହି ବିଶ୍ୱାସ ଯେ, ନିଜ ଭାଷାରେ ବ୍ୟକ୍ତି ନିଜ ବିଚାରକୁ ଶ୍ରେଷ୍ଠ ଢଙ୍ଗରେ ଅଭିବ୍ୟକ୍ତ କରିପାରେ । ପିଲାଙ୍କ ସ୍ୱପ୍ନରେ ଇଂରାଜୀ ବାଧା ନହେଉ, ଏଥିପାଇଁ ଆମେ ମଧ୍ୟପ୍ରଦେଶରେ ମେଡିକାଲ ଏବଂ ଇଞ୍ଜିନିୟରିଂ ପଢିବା ବ୍ୟବସ୍ଥା ହିନ୍ଦୀ ମିଡିୟମରେ କରିବା ଆରମ୍ଭ କରିଦେଇଛୁ । ମୋର ପିଲାମାନେ ତୁମେମାନେ ବଡ ସ୍ୱପ୍ନ ଦେଖ ଏବଂ ଏହାକୁ ସାକର କର । ମୋର ଶୁଭକାମନ ସର୍ବାଦା ତୁମମାନଙ୍କ ସହ ରହିଛି ବୋଲି କହିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ।