ସମ୍ବଲପୁର, ୮ ଅଗଷ୍ଟ – ସମ୍ବଲପୁରର ନୂତନ ଜିଲ୍ଲାପାଳ ଭାବେ ସିଦ୍ଧେଶ୍ଵର ବଲିରାମ ବୋନ୍ଦର ଦାୟିତ୍ଵଗ୍ରହଣ କରିଛନ୍ତି । ୨୦୨୪ ସାଧାରଣ ନିର୍ବାଚନ ବେଳେ ସମ୍ବଲପୁରର ତତ୍କାଳୀନ ଜିଲାପାଳ ଅନନ୍ୟା ଦାସଙ୍କୁ ବଦଳି କରାଯାଇ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କୁ ଅବସ୍ଥାପିତ କରାଯାଇଥିଲା | ମାତ୍ର ସମ୍ବଲପୁରରେ ସ୍ବଳ୍ପ କେଇ ମାସର କାର୍ଯ୍ୟକାଳ ପରେ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କୁ ନୟାଗଡ଼ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି । ତାଙ୍କ ବଦଳରେ ଏବେ ୨୦୧୬ ବ୍ୟାଚ ର ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ତଥା ଭଦ୍ରକ ଜିଲ୍ଲାପାଳ ଭାବେ ଅବସ୍ଥାପିତ ଥିବା ସିଦ୍ଧେଶ୍ଵର ବଲିରାମ ବୋନ୍ଦରଙ୍କୁ ସମ୍ବଲପୁରର ନୂତନ ଜିଲ୍ଲାପାଳ ଭାବେ ଦାୟିତ୍ଵ ଦିଆଯାଇଛି ।