ବିଳାସପୁର/ନୂଆଦିଲ୍ଲୀ : ଶନିବାର ଛତିଶଗଡ଼ର ବିଳାସପୁରରେ ବିଜେପିର ପରିବର୍ତନ ମହାସଂକଳ୍ପ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟ କଂଗ୍ରେସ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟ ସରକାର ଦୁର୍ନୀତିଗ୍ରସ୍ତ ହୋଇପଡ଼ିଛି । ପ୍ରତ୍ୟେକ ଯୋଜନାରେ ଦୁର୍ନୀତି ପରିଚାଳିତ । ଛତିଶଗଡ଼ର ଲୋକମାନେ କଂଗ୍ରେସକୁ ନେଇ ଅସନେ୍ାଷ ପ୍ରକାଶ କରିଛନ୍ତି । ରୋଜଗାର ନାମରେ କେବଳ ଘୋଟାଲା ହିଁ ଘୋଟାଲା । ତେଣୁ ଛତିଶଗଡ଼ରେ କଂଗ୍ରେସ ସରକାର ହଟାଇବାକୁ ଏବଂ ବିଜେପି ଆଣିବାକୁ ଜନସାଧାରର ପ୍ରସ୍ତୁତ ଅଛନ୍ତି । ରାଜ୍ୟରେ ପରିବର୍ତନ ଆଣିବାକୁ ଜନସାଧାରଣ ନିଷ୍ପତି ନେଇଛନ୍ତି ।
ଛତିଶଗଡ଼ର ବିକାଶ ପାଇଁ ବିଜେପିକୁ ଉତ୍ସର୍ଗୀକୃତ ବୋଲି ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବିଜେପି ସରକାର ରାଜ୍ୟର ବିକାଶ ପାଇଁ ସମ୍ପୂର୍ଣ୍ଣ ଉତ୍ସର୍ଗୀକୃତ । ଆଜି ମୁଁ ଆପଣଂକୁ ଗ୍ୟାରେଂଟି ଦେବାକୁ ଆସିଛି ଯେ ଆପଣଙ୍କର ପ୍ରତ୍ୟେକ ସ୍ୱପ୍ନକୁ ସାକାର କରିବା ପାଇଁ ମୋଦି କୌଣସି ପରିସ୍ଥିିତିକୁ ଛାଡ଼ିବ ନାହିଁ । ତୁମର ସ୍ୱପ୍ନ ହେଉଛି ମୋଦୀଙ୍କ ସଙ୍କଳ୍ପ । ରାଲିରେ ଏକାଠି ହୋଇଥିବା ଜନତାଙ୍କ ଉତ୍ସାହକୁ ପରିବର୍ତନର ସଂକେତ ବୋଲି ବର୍ଣ୍ଣନା କରି ମୋଦୀ କହିଛନ୍ତି ଯେ, ଛତିଶଗଡ଼ରେ ପରିବର୍ତନ ନିଷ୍ପତି ନିଆଯାଇଛି । ସେ କହିଛନ୍ତି ଯେ, ଆପଣ (ଛତିଶଗଡ଼ର ଲୋକମାନେ) କଂଗ୍ରେସକୁ କ୍ଷମତାରୁ ହଟାଇବାକୁ ଏବଂ ବିଜେପି ଆଣିବାକୁ ପ୍ରସ୍ତୁତ ଅଛନ୍ତି ।