ସମ୍ବଲପୁର : ସମ୍ବଲପୁରଠାରେ ଆଜି ବିଶ୍ୱ ଆଦିବାସୀ ଦିବସ ପାଳନ କରାଯାଇଛି । ଏହି ଅବସରରେ ସହରର ଅଇଁଠାପାଲି ଛକ ସ୍ଥିତ ସ୍ୱ।ଧିନତା ସଂଗ୍ରାମୀ ତଥା ବିପ୍ଳବି ବିର ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ବିଶ୍ୱ ଆଦିବାସୀ ଦିବସ ପିଳନ ରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଏହି କାଯ୍ୟକ୍ରମ ରେ ଜିଲ୍ଲା ପୁର୍ବତନ ବିଜେଡି ସଭାପତି ତଥା ବରିଷ୍ଠ ଆଇନଜୀବୀ ଡକ୍ଟର ପ୍ରମୋଦ ରଥ ଅତିଥି ଭାବରେ ଯୋଗଦେଇଥିଲେ । ପଶ୍ଚିମ ଓଡ଼ିଶା ଆଦିବାସୀ କଲ୍ୟାଣ ମହାସଂଘ ସମ୍ବଲପୁର ତରଫରୁ ଏହି କାଯ୍ୟକ୍ରମ ଆୟୋଜନ କରାଯାଇଥିବା ବେଳେ ଆଦିବାସୀ ଦିବସରେ ଆଦିବାସୀ ମାନଙ୍କୁ ସେମାନଙ୍କ ହକ ଅଧିକାରୀ ନେଇ ଜନଜାଗରଣ ସୄଷ୍ଠି କରିବା ପାଇଁ ଆହୁରି ପ୍ରଚେଷ୍ଟା କରାଯିବାର ଆବଶ୍ୟକତା ରହିଥିବା କୁହାଯାଇଛି । ଏଥିରେ ପଶ୍ଚିମ ଓଡ଼ିଶା ଆଦିବାସୀ କଲ୍ୟାଣ ମହାସଂଘ ସମ୍ବଲପୁର ର ପ୍ରମୁଖ ପଦାଧିକାରୀ ମାନେ ଉପସ୍ଥିତ ରହିଥିଲେ ।