କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ଆନ୍ତର୍ଜାତୀୟ ନିରାପଦ ଗର୍ଭପାତ ଦିବସ ପାଳନ ହୋଇଯାଇଛି । ମାତୃ ମୃତୃହାର ହ୍ରାସ କରିବା, ଅବାଂଛିତ ଗର୍ଭ ଧାରଣରୁ ରକ୍ଷା ପାଇବା ଓ ଜଟିଳ ସ୍ୱାସ୍ଥ୍ୟଗତ ସମସ୍ୟାରୁ ସୁରକ୍ଷିତ ରହିବା ପାଇଁ ଗର୍ଭପାତ ଆବଶ୍ୟକ ହେଉଥିଲେ ତାହା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଦାୟିତ୍ୱରେ ଥିବା ପ୍ରସୂତି ବିଶେଷଜ୍ଞ ଓ ବ୍ଲକ ସ୍ତରରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତରଙ୍କ ସହ ପରାମର୍ଶ କରି ଗର୍ଭପାତ କରାଯାଇ ପାରିବ । ଏହା ଦ୍ୱାରା ମାତୃ ମୃତ୍ୟୁହାର ରୋକି ହେବା ସହ ରୋଗୀ ସୁସ୍ଥ ରହିପାରିବ । ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଅନିତା ପଟ୍ଟନାୟକ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ପ୍ରସୂତି ବିଶେଷଜ୍ଞ ଡ଼ଃ ଚିନ୍ମୟୀ ବେହେରା, ଡିଏମଆରସିଏଚ କୃଷ୍ଣଚନ୍ଦ୍ର ଲୋହା, ଭାରତୀ ସ୍ୱାଇଁ, ଶାନ୍ତିଲତା ଚାନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।