ଜୟପୁର : ଜିଲ୍ଲା ଆଇନ ସେବା ପ୍ରାଧିକରଣ କୋରାପୁଟ-ଜୟପୁର ଆନୁକୂଲ୍ୟ ରେ ଶିଶୁ ମାନଙ୍କର ଯତ୍ନ ଏବଂ ଯୌନ ଶୋଷଣରୁ ଶିଶୁ ସୁରକ୍ଷା ବା ପୋକ୍ସ ଅଧିନିୟମ ଉପରେ ଆଜି ସରକାରୀ ପୌର ଉଚ୍ଚବାଳିକା ବିଦ୍ୟାଳୟ ଜୟପୁର ଠାରେ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ତଥା ବିଚାରପତି ଲୋକ ଅଦାଲତ ଜୟପୁର ସୁମନ ଜେନା ଯୋଗଦେଇଥିଲେ । ତା ସହିତ ସ୍ୱତନ୍ତ୍ର ପି.ପି. ଡଃ.ଗାୟତ୍ରୀ ଦେବୀ ଅତିରିକ୍ତ ଜିଲ୍ଲା ଜଜ୍ ତଥା ସ୍ୱତନ୍ତ୍ର ପୋକ୍ସ କୋର୍ଟ ଜୟପୁର, ରାଜଶ୍ରୀ ଦାସ, ଜିଲ୍ଲା ଶିଶୁ ସୁରଖ୍ୟା ଅଧିକାରୀ କୋରାପୁଟ, ଗାୟତ୍ରୀ ପାତ୍ର ଶିଶୁ ସୁରଖ୍ୟା ଅଧିକାରୀ କୋରାପୁଟ ଏବଂ ସରକାରୀ ପୌର ଉଚ୍ଚବିଦ୍ୟାଳୟ ଜୟପୁର ର ପ୍ରଧାନ ଶିକ୍ଷକ ଦୟାନିଧି ବାହାରୀ ଏବଂ ସହକାରୀ ଶିଖ୍ୟୟତ୍ରୀ ନଳୀନୀ ମହାପାତ୍ର ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ବିସ୍ତୁତ ଭାବରେ ବୁଝାଇ କହିଥିଲେ ଯେ ଶିଶୁ ମାନଙ୍କ ଯୌନ ଶୋଷଣରୁ ରଖ୍ୟା କରି ସେମାନଙ୍କୁ ସୁରଖ୍ୟା ଦେବା ହେଉଛି ସମସ୍ତଙ୍କର ଅଧିକାର ଏବଂ ଶିଶୁ ହେଉଛନ୍ତି ଆଗାମି ପିଢ଼ିର ଭବିଷ୍ୟତ ତେଣୁ କରି ଶିଶୁ ମାନଙ୍କ ପ୍ରଥମ କର୍ତବ୍ୟ ହେଉଛି ପାଠପଢ଼ିବା ଏବଂ ଦେଶ ଗଠନ କରିବା ଅଯଥାରେ ନିଜ ଭବିଷ୍ୟତକୁ ସଠିକ ଦିଗରେ ନେବା ପାଇଁ ଉପଦେଶ ଦେଇଥିଲେ. ଶିଶୁ ମାନଙ୍କୁ ସୁରଖ୍ୟା ଦେବାପାଇଁ ୨୦୧୨ ମସିହାରେ ଭାରତ ସରକାର ପୋକ୍ସ ଆକ୍ଟ ପ୍ରଣୟନ କରିଥିଲେ. କିନ୍ତୁ ସମାଜରେ ସମ୍ବେଦନଶୀଳ ବା ଅସାମାଜିକ ବ୍ୟକ୍ତି ସେମାନଙ୍କର ନିରିହତାର ସୁଯୋଗ ନେଇ ବା ବିଭନ୍ନ ଲୋଭ ଦେଖାଇ ସେମାନଙ୍କୁ ଯୌନ ଶୋଷଣ କରିଥାନ୍ତି। ଏହିପରି ବ୍ୟକ୍ତି ମାନଙ୍କଠୁ ନିଜକୁ ଦୂରରେ ରଖିବାକୁ ହେବ ବୋଲି ଛାତ୍ରଛାତ୍ରୀ ମାନଙ୍କୁ କହିଥିଲେ. ଶିଶୁ ଯୌନ ଶୋଷଣକୁ ରଖିବା ପାଇଁ କୋଠର ରୁ କୋଠର ଦଣ୍ଡ ବ୍ୟବସ୍ଥା ରହିଅଛି ।