ନୂଆଦିଲ୍ଲୀ : କେନୟାର ପ୍ରତିରକ୍ଷା ମାମଲାରେ କ୍ୟାବିନେଟ୍ ସଚିବ ଅଦନ ବେୟର ଡୁଲେ ତିନି ଦିନିଆ ଭାରତ ଗସ୍ତରେ ଆସି ସୋମବାର ନୂଆଦିଲ୍ଲୀରେ ପହଂଚିଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ୨୯ ଅଗଷ୍ଟରେ କେନିୟାର ନିଜ ସମକକ୍ଷଙ୍କ ସହିତ କଥା ହେବେ । ଏହି ଗସ୍ତ କାଳରେ କ୍ୟାବିନେଟ୍ ସଚିବ ଅଦନ ବେୟର ଡୁଲେ ଗୋଆ ଏବଂ ବାଙ୍ଗାଲୁରୁରେ ଭାରତୀୟ ଶିପୟାର୍ଡ ଏବଂ ପ୍ରତିରକ୍ଷା ଉଦ୍ୟୋଗ ବୁଲି ଦେଖିବେ ।
କ୍ୟାବିନେଟ୍ ସଚିବ ଡୁଲେ ୨୦୨୨ ସେପ୍ଟେମ୍ବର ମାସରେ ନୂତନ ସରକାରର କାର୍ଯ୍ୟଭାର ଗ୍ରହଣ କରିଥିଲେ । ଏହାପରେ ଏହା ତାଙ୍କର ପ୍ରଥମ ଭାରତ ଯାତ୍ରା ଅଟେ । ଏହା ତାଙ୍କର କେନୟାରୁ ସର୍ବୋଚ୍ଚ ରାଜନୈତିକ ଯାତ୍ରା ଅଟେ । ତାଙ୍କର ଏହି ଗସ୍ତ ଭାରତର ଆଫ୍ରିକିୟ ଦେଶ ଗୁଡିକ ସହିତ ରହିଥିବା ସୁସମ୍ପର୍କ ଏବଂ ବିଶେଷ କରି ଭାରତ ଓ କେନୟା ମଧ୍ୟରେ ବଢୁଥିବା ସହଯୋଗକୁ ଗୁରୁତ୍ଵ ଦେବାର ସଂକେତ ଅଟେ । ଏହାଦ୍ଵାରା ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା କ୍ଷେତ୍ରରେ ସହଯୋଗ ଏବଂ ସମ୍ପର୍କକୁ ଆହୁରି ମଜବୁତ କରିବା ନେଇ ନୂତନ ମାର୍ଗ ଖୋଲିବାର ଅଶା କରାଯାଉଛି ।