ରାଉରକେଲା : ଦୁଇ ଜଣ ମହିଳା ସଂପୁର୍ଣ ଉଲ୍ଲଗ୍ନ ହୋଇ ଚାଲିଚାଲି ଯାଉଥିବା ବେଳେ ସେମାନଙ୍କ ଶରୀରରେ କପଡା ଢାଙ୍କି ବାସ୍ତବରେ ମା କୁ ସମ୍ମାନର ଉଦାହରଣ ଦେଇଛନ୍ତି ସୁନ୍ଦରଗଡ ବିଧାୟିକା । ସକାଳୁ ସକାଳୁ ସୁନ୍ଦରଗଡ ବିଧାୟିକା କୁଷୁମ ଟେଟେ ନିଜର କିଛି କାମ ଲାଗି ସହର ଭିତରକୁ ଯାଉଥିବା ବେଳେ ଇବ ନଦୀ ଉପରେ ଜଣେ ମଧ୍ୟମ ଓ ଆଉ ଜଣେ ବୟସ୍କ ମହିଳା ସଂପୁର୍ଣ ଉଲ୍ଲଗ୍ନ ଅବସ୍ଥାରେ ଚାଲି ଚାଲି ଯାଉଥିବା ଦେଖିଥିଲେ । ପରେ ସେ ନିଜ ଗାଡିକୁ ଅଟାକାଇ ଏଭଳି ଅବସ୍ଥା ଦେଖି ନିଜ ଆଖିକୁ ବିଶ୍ଵାସ କରିପାରିଲେନି, ତା ପରେ ନିଜ ଗାଡିରେ ଥିବା ନିଜର କିଛି ଉତ୍ତରୀୟକୁ ଆଣି ଦୁଇ ମହିଳାଙ୍କୁ ଘୋଡାଇ ଦେଇଥିଲେ ।ସେମାନଙ୍କୁ ଯେତେ ପଚରା ଉଚରା କଲେ ମଧ୍ୟ ସେମାନେ ଦୁଇ ଜଣ କିଛି କହିପାରିନଥିଲେ, ଖାଲି ନିର୍ବାକ ଭାବେ ଚାହିଁ ରହିଥିଲେ । ପରେ ସୁନ୍ଦରଗଡର ଆସ୍ଥା ସଂସ୍ଥାକୁ ଡାକି ମାଡାମ ବିଧାୟିକା ଏ ଦୁଇ ମହିଳାଙ୍କୁ ହସ୍ତାନ୍ତର କରିଥିଲେ । ସେମାନଙ୍କୁ ଆସ୍ଥା ଗୃହରେ ଚିକିତ୍ସା କରାଜିବ ବୋଲି ଆସ୍ଥା ପକ୍ଷରୁ କୁହାଯାଇଛି ।
ବିଧାୟିକା ଶ୍ରୀମତୀ ଟେଟେ ଏହି ଅଭାବନୀୟ ଦୃଶ୍ୟ ଦେଖି କହିଛନ୍ତି ଯେ, ସହରରେ ଏତେ ଲୋକ ଏସବୁ ଦେଖି କିଭଳି ନଦେଖିଲା ଭଳି ଚାଲିଗଲେ, ମହିଳାଙ୍କୁ ଏଭଳି ସମ୍ମାନ ଆମ ରାଜ୍ୟରେ ଦିଆଯାଉଛି ଯାହାକି ଦୁର୍ଭାଗ୍ୟର ବିଷୟ, ତେଣୁ ମଣିଷ ସମାଜର ପ୍ରତିଟି ମଣିଷ ଟିକେ ହୃଦୟବାନ ହେବା ସହ ମାନବିକତାକୁ ବଞ୍ଚାଇବାକୁ ଚେଷ୍ଟା କରି ମହିଳାଜାତିର ସମ୍ମାନ ଲାଗି ଆଉ ଦୁଇପାଦ ଆଗେଇ ଆସିବାକୁ ନିବେଦନ କରିଛନ୍ତି । ତେବେ ଏମାନେ କିଏ, ସେମାନଙ୍କର ଏ ଅବସ୍ଥା କଲା କିଏ, କେଉଁଠାରୁ ଏମାନେ ଆସିଛନ୍ତି ସେ ଦିଗରେ ସଂପୁର୍ଣ ଯାଞ୍ଚ କରାଯାଇ ପଦକ୍ଷେପ ନିଆଜିବ ବୋଲି ଶ୍ରୀମତୀ ଟେଟେ କହିଛନ୍ତି ।