
ଅନୁଗୋଳ : ପାଲଲହଡା 49 ନମ୍ବର ଜାତୀୟ ରାଜପଥରେ ପୁଣି ଗାଡିଲା ମୁଣ୍ଡ, ଅଜଣା ଗାଡି ଧକ୍କାରେ ଜେଣେ ବ୍ୟବସାୟିଙ୍କ ମୃତ୍ୟୁ ଘଟିଛି l ସୂଚନା ଅନୁସାରେ, ଗତକାଲି ରାତି 8.30 ସମୟରେ ପାଲଲହଡା ଅଞ୍ଚଳର ବିଶିଷ୍ଟ ବ୍ୟବସାୟୀ ସୁବାସ ଯଈଶ୍ଵାଲ ନିଜ ମୋଟର ବାଇକରେ କୌଣସି ଏକ କାମରେ ଯାଇ ଘରକୁ ଫେରୁଥିବାବେଳେ 49 ନମ୍ବର ଜାତୀୟ ରାଜପଥ ଶିବ ମନ୍ଦିର ଛକ ଠାରେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇ ଚାଲି ଯାଇଥିଲା l ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନିୟ ଲୋକେ ପାଲଲହଡା ଉପ ଖଣ୍ଡ ଚିକତ୍ସାଳୟରେ ଭର୍ତି କରିଥିଲେ l ଡାକ୍ତର ତାଙ୍କୁ ଚିକତ୍ସା କରୁଥିବା ସମୟରେ ଯାଈଶ୍ଵାଳଙ୍କ ମୃତ୍ୟୁ ଘଟିଥିଲା l
ଯାଈଶ୍ଵାଳ ପାଲଲହଡା ଅଞ୍ଚଳର ଜଣେ ପ୍ରାଥୀଷ୍ଠିତ ଲୁଗା ବ୍ୟବସାୟି ଥିଲେ, ସେ ଜଣେ ମିଷ୍ଠ ଭାସି ଲୋକ ଥିବା ବେଳେ ତାଙ୍କ ମୃତ୍ୟୁରେ ପାଲଲହଡା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି l
ପ୍ରକଶ ଥାଉ କି 49 ନମ୍ବର ଜାତୀୟ ରାଜପଥ ଶିବ ମନ୍ଦିର ଛକ ଠାରେ ବାରମ୍ବାର ଦୃଘଟଣା ଘଟି ଏଯାବତ ଅନେକ ଲୋକଙ୍କ ବହୁ ମୁଲ୍ୟ ଜୀବନ ଯାଇ ସାରିଲାଣି ତେବେ ସବୁଠାର ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପାଲଲହଡା ନୂତନ 49 ନମ୍ବର ଜାତୀୟ ରାଜପଥର ରାସ୍ତା ନିର୍ମାଣ ସମୟ ପୂର୍ଵରୁ ପାଲଲହଡା ଟାଉନକୁ ସଂଯୋଗ କରିବା ପାଇଁ ଏକ ଅଣ୍ଡର ପାସ ରାସ୍ତା ନିର୍ମାଣ ପାଇଁ ଦାବୀ କରି ଆସୁଥିଲେ ସୁଦ୍ଧା ଜାତୀୟ ରାଜପଥ ବିଭାଗ ଓ ଏ ଅଞ୍ଚଳରୁ ପ୍ରତିନିଧିତ୍ୱ କରୁଥିବା ରାଜ ନେତା ମାନଙ୍କ ଦୂର ଦୃଷ୍ଟି ଅଭାବରୁ ଅଣ୍ଡର ପାସ ନିର୍ମାଣ ହୋଇ ନଥିବାରୁ ଏଭଳି ଅନେକ ଦୁର୍ଘଟଣା ଘଟି ଲୋକଙ୍କ ଜୀବନ ଯାଉଥିବା ସାଧାରଣରେ ଆଲୋଚନା ହେବା ସହ ସେହି ମନ୍ଦିର ଛକରେ ଅଣ୍ଡର ପାସ ପାଇଁ ପୁଣି ଦାବୀ ହଉଛି l