
ବିଟେକ ଦ୍ୱିତିୟ ବର୍ଷ ଛାତ୍ରୀଙ୍କ ଆତ୍ମହତ୍ୟା
ଜୟପୁର:ବିଟେକ ଦ୍ୱିତିୟ ବର୍ଷ ଛାତ୍ରୀଙ୍କ ଆତ୍ମହତ୍ୟା । ମୃତ ଛାତ୍ରୀ ଜଣକ ହେଉଛନ୍ତି ନବରଙ୍ଗପୁର ଜିଲା ପୁଜାରୀଗୁଡା ଗ୍ରାମର ସୁକଲ୍ ଭତ୍ରା (୨୦) । ସୁଚନା ଅନୁଯାୟୀ, ଜୟପୁର ସଦର ଥାନା ଅନ୍ତର୍ଗତ ରାଣିପୁଟ ସ୍ଥିତ ଗୋପାଳ କୃଷ୍ଣ କଲେଜ ଅଫ ଇଞ୍ଚିନେରିଙ୍ଗ ଏଣ୍ଡ ଟେକନଲୋଜି ର ପ୍ରଶାସନିକ ଅଧିକାରି ହିମାଂଶୁ ଶେଖର ନାହାକ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗ ପତ୍ର ରେ ଉଲ୍ଲେଖ କରିଛନ୍ତି ଯେ, ଛାତ୍ରୀ ସୁକଲ ଭତ୍ରା (୨୦) ହଷ୍ଟେଲରେ ରହୁଥିଲେ । ରୁମ ନମ୍ବରରେ ୧୭ର ରହି ଆଜି ଅପରାହ୍ନ ୨ଟାରେ ଆତ୍ମହତ୍ୟା କରିଛନ୍ତି । ଛାତ୍ରୀ ଜଣକ ବିଟେକ ଦ୍ୱିତିୟ ବର୍ଷର ଛାତ୍ରୀ ବୋଲି ଜଣାଯାଇଛି । ଏନେଇ ଜୟପୁର ସଦର ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି କରି ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବିଷୟ ଜୟପୁର ସଦର ଥାନା ଅଧିକାରି ସଚିନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି ।