ଭୁବନେଶ୍ୱର : ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି । ଏହି ପରିପ୍ରେକ୍ଷୀରେ ସବୁ ସ୍କୁଲରେ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ କରାଯିବାକୁ ନିଷ୍ପତି ନେଇଛି ଭୁବନେଶ୍ୱର ମହାନଗର ନିଗମ (ବିଏମସି) । ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ସମେତ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଡେଙ୍ଗୁ ନେଇ ସଚେତନ କରାଯିବ । ସ୍କୁଲରେ ସଚେତନତା ବ୍ୟତୀତ ଘର ଘର ବୁଲି ସଚେତନତା କାର୍ଯ୍ୟକ୍ରମ ବଢ଼ାଇବା, ସଫେଇ ଏବଂ ଘର ଭିତର ସଫା ରଖିବାକୁ ପରାମର୍ଶ ଦେବ ବିଏମସି ।
ସୂଚନାଯୋଗ୍ୟ ଯେ ଭୁବନେଶ୍ୱରରେ ଏଯାବତ ୧୧୬୪ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ କେବଳ ୪୭୧ ରୋଗୀ ହସ୍ପିଟାଲରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ବି ୫୦ ରୋଗୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।