ତାଳଚେର: ତାଳଚେର ମେଡିକାଲ କଲେଜ ପ୍ରସଙ୍ଗରେ ବିଜେପି ପକ୍ଷରୁ ଶୁକ୍ରବାର ସ୍ଥାନୀୟ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି।ମେଡ଼ିକାଲ କଲେଜ କେବେ ଚାଲିବ ବୋଲି ବିଜେପି ନେତା କାଳନ୍ଦି ସାମଲ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି। ତାଳଚେରରେ ମେଡ଼ିକାଲ କଲେଜ ପାଇଁ ଏମସିଏଲ ଜମି, ଘର ପାଇଁ ୫୦୦ କୋଟି, ମେଡିକାଲ ପାଇଁ ୫୦୦ କୋଟି ଏବଂ ୫ ବର୍ଷ ପରିଚାଳନା ପାଇଁ ୫୦୦ କୋଟି ସମୁଦାୟ ୧୫୦୦ କୋଟି ପ୍ରଦାନ କରିଛି ।ତେବେ ଦୀର୍ଘ ୨୦୧୯ରୁ ଚାରି ବର୍ଷ ହେଲା ମେଡିକାଲ ବିଲଡିଂ ଉଦଘାଟନ ପରେ ମଧ୍ୟ ଆଜି ଯାଏ କାହିଁକି ଚାଲି ପାରିନି ବୋଲି କାଳନ୍ଦୀ ପ୍ରଶ୍ନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଅକ୍ଟୋବର ୧ ରୁ ମେଡିକାଲ ଚାଲିବ ବୋଲି କହିଥିବା ବେଳେ ଏଯାଏ କାହିଁକି ଚାଲି ପାରିଲା ନାହିଁ ବୋଲି ଶ୍ରୀ ସାମଲ ପ୍ରଶ୍ନ କରିଛନ୍ତି।
ତାଳଚେରରେ ବିଜେପି ପକ୍ଷରୁ ମେଡିକାଲ କଲେଜ ପ୍ରସଙ୍ଗ ରେ ହାଟତୋଟା ହନୁମାନ ମନ୍ଦିର ଠାରୁ ବିଜେପି ନେତା କାଳନ୍ଦି ସାମଲ ଙ୍କ ନେତୃତ୍ୱରେ ଏକ ବିରାଟ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଧେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି।ଏହି କାର୍ଯ୍ୟକ୍ରମ ରେ ପ୍ରାକ୍ତନ ସାଂସଦ ରୁଦ୍ରନାରାୟଣ ପାଣି, ଜିଲ୍ଲା ବିଜେପି ସଭାପତି ଡିଲେଶ୍ୱର ପ୍ରଧାନ,ବରିଷ୍ଟ ନେତା ଯଯାତି ପଟ୍ଟନାୟକ ଙ୍କ ସମେତ ସମସ୍ତ ବରିଷ୍ଟ ନେତୃବୃନ୍ଦ ଶତାଧିକ ବିଜେପି କାର୍ଯ୍ୟକର୍ତା ମାନେ ଯୋଗ ଦେଇଥିଲେ।ଖୁବଶୀଘ୍ର ମେଡିକାଲ କଲେଜ ନ ଚଳାଇଲେ ବିଜେପି ଦୁର୍ବାର ଗଣ ଆନ୍ଦୋଳନ କରିବ ବୋଲି ଚେତାବନୀ ଦିଆଯାଇଛି।