ଭୁବନେଶ୍ୱର : ମାହାଙ୍ଗାରେ ମୃତ ସ୍କୁଲ ଛାତ୍ରୀଙ୍କୁ ନ୍ୟାୟ ଏବଂ ପ୍ରମାଣ ନଷ୍ଟ କାରୀ ଓ ବ୍ଲାକମେଲର ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ମଙ୍ଗଳବାର ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଭୁବନେଶ୍ୱର ମାଷ୍ଟରକ୍ୟାଂଟିନ ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ବିକ୍ଷୋଭରେ ଭୁବନେଶ୍ୱର ଯୁବମୋର୍ଚ୍ଚା ସଭାପତି ସ୍ୱୟଂ ସେବକ ରାୟ,ସାଧାରଣ ସମ୍ପାଦକ ଚଣ୍ଡୀ ପ୍ରସାଦ ବେହେରା, ଉପସଭାପତି ରାମ ନନ୍ଦ,ଶାଶ୍ୱତ ନାୟକ,ଦୀପକ ମହାନ୍ତି,ସମ୍ପାଦକ ତପନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।