ଭୁବନେଶ୍ୱର : ଶୁକ୍ରବାର ଠାରୁ ଆରମ୍ଭ ହୋଇଛି ବିଧାନସଭାର ମୌସୁମୀ ଅଧିବେଶନ । ବିଧାନସଭାରେ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଘେରିବାକୁ ଯୋଜନା ରଖିଛି ବିଜେପି । ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଅପରାହ୍ନରେ ବିଧାନସଭା ପରିସରରେ ବିଜେପିର ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ପରେ ମୋହନ ମାଝୀ କହିଛନ୍ତି ଶିକ୍ଷକ ଆନ୍ଦୋଳନ, ନବ ଦାସ ହତ୍ୟା ଚାର୍ଜସିଟ୍ ପ୍ରସଙ୍ଗ ଉଠାଇବ ଦଳ । ଏହା ସହ ରତ୍ନଭଣ୍ଡାର ଏବଂ ଭୁବନେଶ୍ୱର ଉପକଣ୍ଠ ଜମି ଦୁର୍ନୀତିକୁ ମଧ୍ୟ ପ୍ରସଙ୍ଗ କରାଯିବ । ସେହିପରି ହେଲିକପ୍ଟରରେ ୫ଟି ସଚିବଙ୍କ ବିଭିନ୍ନ ଜିଲ୍ଲା ଗସ୍ତକୁ ପ୍ରସଙ୍ଗ କରି ବିଜେପି ସରକାରଙ୍କୁ ଘେରିବ ବୋଲି ଶ୍ରୀ ମାଝୀ କହିଛନ୍ତି ।
ସେ ଆହୁରି କହିଛନ୍ତି ଯେ ଅଧିବେଶନର ରାଜ୍ୟ ସରକାର ଚଂଚକତା କରି ବିଳମ୍ବରେ ଅଧିବେଶନ ଆରମ୍ଭ କରିଛନ୍ତି ଏବଂ କାର୍ଯ୍ୟ ଦିବସ କମ୍ ରଖିଛନ୍ତି । ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ବିଷୟ ଆମେ ଗୃହରେ ଉଠାଇବୁ ।