ଭୁବନେଶ୍ୱର : କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ କହିବାର ଦିନକ ପରେ ପୁଣି ଜଣେ କେନ୍ଦ୍ର ମନ୍ତ୍ରୀ ସେହି କଥାକୁ ଦୋହରାଇଛନ୍ତି ।
ଆଜି ଭୁବନେଶ୍ବରରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା ବିଜେଡି ସହ ରାଜ୍ୟରେ କୌଣସି ପ୍ରକାର ମେଣ୍ଟ ହେବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି।
ସେ କହିଛନ୍ତି, ମୋତେ ଲାଗୁଛି ଓଡ଼ିଶାରେ ମେଣ୍ଟ ହେଲା ଭଳି କୌଣସି କଥା ନାହିଁ। ଏବେ ନାହିଁ କି ଆଗକୁ ବି ମେଣ୍ଟ ହେବନି ବୋଲି ଲାଗୁଛି। ଓଡ଼ିଶାରେ ବିଜେପିର ସ୍ଥିତି ସୁଦୃଢ଼ ଅଛି। ଏହି କାରଣରୁ ଆଗାମୀ ସାଧାରଣ ନିର୍ବାଚନରେ ଦଳ ଭଲ ପ୍ରଦର୍ଶନ କରିବ।
ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ ଗତ କାଲି ଯାଦବ ମଧ୍ୟ ବିଜେଡି ସହ କୌଣସି ପ୍ରକାର ମେଣ୍ଟ ହେବ ନାହିଁ ବୋଲି କହିଥିଲେ ।