
ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା ନ ଥିବା କାରଣରୁ ବିଜେପି ଆଗୁଆ ନିର୍ବାଚନ କରାଇବାକୁ ଚାହୁଁଛି ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ।
,ସାମ୍ବାଦିକ ମାନଙ୍କ ସହ କଥାବାର୍ତା ବେଳେ ଶ୍ରୀ ମିଶ୍ର କହିଛନ୍ତି, ସମ୍ବିଧାନ ବ୍ୟବସ୍ଥା ଅନୁଯାୟୀ, ଏକ ରାଷ୍ଟ୍ର ଏକ ନିର୍ବାଚନ ପାଇଁ ଯଦି ଅସୁବିଧା ନଥାଏ ତାହାଲେ କରାଯାଇ ପାରେ। ବିଲ୍ ଟି ନ ଆସିବା ପୂର୍ବରୁ ତା ବିଷୟରେ କହିବା ଅନୁଚିତ୍। ବିଜେପି ଦଳ ଆଗୁଆ ନିର୍ବାଚନ କରିବାକୁ ଚାହୁଁଚି। ସର୍ଭେରୁ ଜଣା ପଡ଼ୁଛି ମୋଦି ଙ୍କ ଲୋକ ପ୍ରୀୟତା ନାହିଁ। ଉପାୟ ଖୋଜୁଛନ୍ତି ଆଗୁଆ ନିର୍ବାଚନ ପାଇଁ। ଭୟଭୀତ ହୋଇ ଆଗୁଆ ନିର୍ବାଚନ କରିବାକୁ ଚାହୁଁଛନ୍ତି।