ଭୁବନେଶ୍ୱର : ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ବିଜେପି ପ୍ରବକ୍ତା ଅନିଲ ବିଶ୍ୱାଳ । ଏସିଆନ ଗେମରେ ଓଡିଶା ବ୍ୟକ୍ତିଗତ ପ୍ରତିଯୋଗିତାରେ ମାତ୍ର ଗୋଟିଏ ପଦକ ଜିତିଲା, ଦଳଗତରେ ଜିତିଛି ଦୁଇଟି ପଦକ । ନବୀନ ବାବୁ ଓ ତାଙ୍କ ପାରିଷଦ ବର୍ଗମାନେ କହି ଚାଲିଛନ୍ତି ଯେ ଓଡିଶା ହେଉଛି ସ୍ପୋର୍ଟ୍ସ କ୍ୟାପିଟାଲ । ଯଦି ଓଡିଶା ଗୋଟିଏ ପଦକ ଜିତି ସ୍ପୋର୍ଟ୍ସ କ୍ୟାପିଟାଲ ତାହେଲେ ହରିଆନା, ପଞ୍ଜାବ, ମହାରାଷ୍ଟ୍ର କଣ? ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରି ଓଡିଶା ସରକାର ଯେଉଁ ପ୍ରତିଯୋଗିତା ଆୟୋଜନ କରିଲା ସେଥିରୁ ଓଡିଶା ଖେଳାଳିଙ୍କର କଣ ଲାଭ ମିଳିଲା ବୋଲି ପ୍ରଶ୍ନ ଉଠାଇଛନ୍ତି ଅନିଲ ବିଶ୍ୱାଳ ।