ଭୁବନେଶ୍ୱର : ନବୀନ ଓଡ଼ିଶା କାର୍ଯ୍ୟକ୍ରମର ସରକାରୀ ବିଜ୍ଞାପନରେ ଶଙ୍ଖ ଚିହ୍ନକୁ ନେଇ ଭାରତୀୟ ଜନତା ପାର୍ଟି ଆପତ୍ତି ବ୍ୟକ୍ତ କରିଛି ।
ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ ଏହା ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି, ଏହି ମାମଲାରେ ବିଜେପି ଅଦାଲତକୁ ଯିବ।
ଭୋଟ ବ୍ୟାଙ୍କ ବୃଦ୍ଧି ପାଇଁ ଏହି ଯୋଜନା ବିଜେଡି ସରକାର କରିଛନ୍ତି । ଏହାକୁ ଚ୍ୟାଲେଞ୍ଜ କରାଯିବ ଓ କିପରି ରଦ୍ଦ ହେବ ସେ ବିଷୟରେ ପଦକ୍ଷେପ ନିଆ ହେବ ।
ସେ କହିଛନ୍ତି ଯେ ଏହା ଠିକ୍ ଗାଇଡ୍ ଲାଇନରେ ହେଉ ନାହିଁ. କିଏ ପ୍ରସ୍ତାବ ଦେବ । ଭୋଟ ବ୍ୟାଙ୍କ ପାଇଁ ଏହି ଯୋଜନା । ଶଙ୍ଖ ଚିହ୍ନ ଗୋଟେ ଦଳୀୟ ଚିହ୍ନ ଯ କିପରି ଏହା ସରକାରୀ କାର୍ଯ୍ୟକ୍ରମରେ ବ୍ୟବହାର କରାଯିବ ବୋଲି ସେ ପ୍ରଶ୍ନ କରିଛନ୍ତି ।
ସେ କହିଛନ୍ତି ଯେ ବିଜେଡି ମନରେ ହାରିବାର ଭୟ ରହିଛି, ତେଣୁ ଶଙ୍ଖ ଚିହ୍ନ ବ୍ୟବହାର କରାଯାଉଛି ।