ମାଲକାନଗିରି, ୨୮ ଅଗଷ୍ଟ – ୭ ଦଫା ଦାବୀ ନେଇ ଆଜି ମାଲକାନଗିରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଘେରିଲେ ବିଜେପି କୃଷକ ମୋର୍ଚ୍ଚା। କେନ୍ଦ୍ର ରୁ ଚାଷୀଙ୍କ ପାଇଁ ଆସୁଥିବା ବିଭିନ୍ନ ଅନୁଦାନକୁ ବାଟ ମାରଣ କରିଥିବା ରାଜ୍ୟ ସରକାରଙ୍କୁ ସିବିଆଇ ତଦନ୍ତ ଓ ଜିଲ୍ଲାରେ ଶୀତଳଭଣ୍ଡାର ନଥିବାରୁ ବହୁ ଅସୁବିଧାରେ ଚାଷୀ। ଏଣୁ ଚାଷୀଙ୍କ ପାଇଁ ପ୍ରତ୍ୟେକ ବ୍ଲକରେ ଶୀତଳ ଭଣ୍ଡାର, କୃଷି ଯନ୍ତ୍ରପାତି କିଣା ବିକା, ଧାନ କିଣାବିକାରେ ଅନିୟମିତତାର ସିବିଆଇ ତଦନ୍ତ ଦାବି କରିଛନ୍ତି ବିଜେପି କୃଷକ ମୋର୍ଚ୍ଚା ସଭାପତି ବିଜୟ ବୈରାଗୀ।