କହିଲେ ୫ଟି ଜରିଆରେ ଏତେ କାମ ହୋଇଛି ଯାହା ପୂର୍ବରୁ କେବେ ହୋଇ ନ ଥିଲା
ଭୁବନେଶ୍ୱର, ୨୮ ସେପ୍େଟମ୍ବର – ବିରୋଧୀ ଦଳର ନେତା ଜୟ ନାରାୟଣ ମିଶ୍ର ଓ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ପରେ ଶୂନ୍ୟକାଳରେ ବିଜେଡି ବିଧାୟକ ଅରୁଣ ସାହୁ ବିରୋଧୀ ମାନଙ୍କୁ ସମାଲୋଚନା କରିଛନ୍ତି ।
ସେ କହିଛନ୍ତି ଯେ ବିରୋଧୀ ଜ୍ଞାନ ବାଂଟୁ ଛନ୍ତି କିନ୍ତୁ ଜ୍ଞାନ ଗ୍ରହଣ କରୁନାହାନ୍ତି । ବିଧାନସଭା ଜ୍ଞାନ ବିତରଣ ସଭା ନୁହେଁ, ଗୃହରେ ଯାହା ଚାହିଁବେ ତାହା କହିବେ ।
ସେ କହିଛନ୍ତି ଯେ ୫ଟି ହେଉଛି ଏକ କନସେପ୍ଟ ଯିଏ ପ୍ରଭାବିତ ହୁଅନ୍ତୁ କି ନ ହୁଅନ୍ତୁ କିନ୍ତୁ ଦୁଇ ବିରୋଧୀ ମିଶ୍ର ବେଶୀ ପ୍ରଭାବିତ ହୋଇଛନ୍ତି । ୫-ଟି ଯୋଗୁଁ କଣ ହୋଇଛି ଆଗ ନିଜ ନିର୍ବାଚନ ଅଂଚଳର ବିକାଶକୁ ଦେଖନ୍ତୁ । ମୁଁ ବିତର୍କ କୁ ଆହ୍ୱାନ କରୁଛି, ଯଦି ୫ଟି ଦ୍ୱାରା ତାଙ୍କ ଅଂଚଳରେ କିଛି ହୋଇନଥିବ ତେବେ ମୁଁ ରାଜନୀତିରୁ ସନ୍ନ୍ୟାସ ନେବି । ସୁସ୍ଥ ମସ୍ତିଷ୍କ ନେଇ ବିଧାନସଭା ଆସନ୍ତୁ, ମେଂଟାଲ ହେଲଥ ଡ଼ିଜଅର୍ଡର ଅଛନ୍ତି ବିରୋଧୀ ବୋଲି ସେ କହିଛନ୍ତି ।