ଭୁବନେଶ୍ୱର : ଗାନ୍ଧୀ ଜୟନ୍ତୀ ଅବସରରେ ଆଜିଠାରୁ ବିଜେଡିର ଜନସଂପର୍କ ଯାତ୍ରା ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗାନ୍ଧୀ ଜୟନ୍ତୀ ଅବସରରେ ବଡଗଡରୁ ବିଜେଡି ଜନସମ୍ପର୍କ ପଦଯାତ୍ରାର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାପୁଜୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶାର ବିକାଶରେ ବିରୋଧୀ ଦଳ ଖୁସି ନାହାନ୍ତି । ଲୋକଙ୍କୁ ଭୁଲ ଖବର ଦେବା ଭ୍ରମିତ କରିବା ଏବେ ସେମାନଙ୍କ କାମ ହୋଇଛି । ନିର୍ବାଚନ ଆସିଲେ ସେମାନେ ଏମିତି କରନ୍ତି । ସେଥିପାଇଁ ସେମାନଙ୍କୁ ଜନତା ସବୁବେଳେ ରିଜେକ୍ଟ କରି ଆସିଛନ୍ତି । ବିରୋଧୀ ହେଉଛନ୍ତି ବିକାଶ ବିରୋଧୀ ଓ ଜନ ବିରୋଧୀ । ଲିଙ୍ଗରାଜ ଓ ଜଗନ୍ନାଥ ମନ୍ଦିର କାର୍ଯ୍ୟ ରେ ବାଧା ଦେବାକୁ ବି ଚେଷ୍ଟା କରିଥିଲେ । ଲୋକେ ତାଙ୍କୁ କ୍ଷମତା ଦେବେନି । ମୁଁ କର୍ମୀ ମାନଙ୍କୁ ଅନୁରୋଧ କରୁଛି ବିକାଶର ବାର୍ତା କୁ ଘରେ ଘରେ ପହଞ୍ଚାଇବେ ।
ସେ କହିଛନ୍ତି ଯେ, ଆଜି ଠୁ ବିଜେଡିର ଯାତ୍ରା ଆରମ୍ଭ ହେଲା । ଏହି ଅବସରରେ ବାପୁଜିଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଉଛି । ଗାନ୍ଧିଜୀ ଆମ କୁ ସବୁବେଳେ ପ୍ରେରଣା ଦେଇ ଆସିଛନ୍ତି । ଗାନ୍ଧିଜୀ ଙ୍କ ତାଲିସମାନ ଆମକୁ ବାଟ ଦେଖାଇଛି । ବିଜୁ ଜନତା ଦଳ ଗରିବ, ମହିଳା,ଯୁବ, ଏସଏସଟିଙ୍କ ପାଇଁ କାମ କରୁଛି । ମହିଳା ସଶକ୍ତିକରଣ ଦିଗରେ ଆମେ କାମ କରୁଛୁ । ମହିଳା ଆଇନ ଆମ ବହୁଦିନ ର ଉଦ୍ୟମ ଥିଲା ତାହା ସଫଳ ହୋଇଛି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ୱାସ୍ଥ୍ୟ କ୍ଷେତ୍ରରେ ଗେମ ଚେଞ୍ଜର ହୋଇଛି । ସ୍କୁଲ ରୁପାନ୍ତରଣ, ଖାଦ୍ୟ ସୁରକ୍ଷା, କ୍ରୀଡା କ୍ଷେତ୍ରରେ ଓଡିଶା ଉଦାହରଣ ସାଜିଛି ବୋଲି ସେ କହିଛନ୍ତି ।