ଜୟପୁର : ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ନିର୍ଦେଶକ୍ରମେ ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ ଗାନ୍ଧୀ ଜୟନ୍ତୀ ଠାରୁ ନିର୍ବାଚନ ମଣ୍ଡଳୀ ସ୍ତରୀୟ ପଦ ଯାତ୍ରା ଆରମ୍ଭ ହୋଇଛି । ଆଜି ଜୟପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜୟପୁର ବ୍ଲକ୍ ର ଉମୁରୀ ପଞ୍ଚାୟତ ଠାରୁ ଆରମ୍ଭ ହେଇ ରାଣ୍ଡାପାଲି ପଞ୍ଚାୟତର ସାନକାଉଡି ଗ୍ରାମ ଠାରେ ୫ କିଲୋମିଟର ପଦଯାତ୍ରା ହେଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଥା ଓଡ଼ିଶା ସରକାରଙ୍କ ଯୋଜନା ଘରେ ଘରେ ପହଞ୍ଚିବା ଲକ୍ଷ ରଖାଯାଇଛି। ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ ଙ୍କ ନେତୃତ୍ବରେ ନିର୍ବାଚନ ମଣ୍ଡଳୀ ର ସମସ୍ତ ଜିଲ୍ଲା ପରିଷଦ ସଦସ୍ୟା ଓ ଜୟପୁର ବ୍ଲକ୍ ଅଧ୍ୟକ୍ଷଲ ଟିଲୋତ୍ତମା ମୁଦୁଲି , ଉପାଧ୍ୟକ୍ଷ ଗଣେଶ ପାଢ଼ୀ , ସମିତି ସଭ୍ୟ ସଭ୍ୟା ସରପଂଚ ଜୟପୁର ପୌରପାଳିକାର ଉପାଧ୍ୟକ୍ଷା ଵି ସୁନିତା , ସମସ୍ତ ବ୍ଳକ୍ ସଭାପତି, ,ଦଳର ବରିଷ୍ଠ ନେତା ଅନୁପ ପାତ୍ର, ଦୂର୍ଗା ମିଶ୍ର, ଧନ ଖରା, ଲିଙ୍ଗା ପାତ୍ର ଶିବ ପଟ୍ଟାନାୟକ , ସୁଧୀର ତ୍ରିପାଠୀ, ମହେନ୍ଦ୍ର ଅଧିକାରୀ ,ପୁର୍ବତନ ବ୍ଳକ୍ ଉପାଧ୍ୟକ୍ଷ ଈଶ୍ବର ବାଘ, ସହଦେବ ପଟ୍ଟନାୟକ, ପ୍ରମୁଖ ପଦଯାତ୍ରାରେ ଉପସ୍ଥିତ ଥିଲେ ।