ଭୁବନେଶ୍ୱର : ଏକ ରାଷ୍ଟ୍ର ଏକ ନିର୍ବାଚନ ଆଇନ ଆସିଲେ ଆଗୁଆ ନିର୍ବାଚନ ହେଇପାରେ ଅସୁବିଧା ନାହିଁ। ଏଥିରେ କିଛି ରାଜ୍ୟ କ୍ଷତିଗ୍ରସ୍ତ ହୋଇପାରେ ଯେଉଁଠି ଏବେ ଏବେ ନିର୍ବାଚନ ସରିଛି। ମୁଖ୍ୟ ମନ୍ତ୍ରୀ କହିଛନ୍ତି ଅନ୍ୟ ଦଳ ଅପେକ୍ଷା ଆମେ ସବୁ ବେଳେ ଅଧିକ ପ୍ରସ୍ତୁତ। ବିଜେଡି ନେତା ବଦ୍ରୀ ନାରାୟଣ ପାତ୍ର ଏ ସମ୍ପର୍କରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି।
ସେ କହିଛନ୍ତି ସ୍ୱଳ୍ପକାଳିନ ଅଧିବେଶନ। ବୋଧେ ଏଟା ଶେଷ ସେସନ୍ ହୋଇପାରେ। ଯଦି ଆଗୁଆ ନିର୍ବାଚନ ହେବ ତାହାଲେ ଏଟା ଶେଷ ସେସନ୍ ହେବ। ବାଚସ୍ପତି କିଏ ଜଣେ ହେବେ। ମୋ ଠୁଁ ବି ବହୁ ସିନିୟର୍ ଅଛନ୍ତି ବୋଲି ସେ କହିଛନ୍ତି ।
ସେହିପରି ନବୀନ ଓ଼ଡିଶା ଯୋଜନା ସମ୍ପର୍କରେ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ନବୀନ ଓଡ଼ିଶା କୋର୍ଟ ରେ ବିଚାରାଧୀନ। କୋର୍ଟ ଯାହା ରାୟ ଦେବେ ସେ ଅନୁଯାୟୀ ହେବ।