ଭୁବନେଶ୍ୱର : ଜନସମ୍ପର୍କ ଅଭିଯାନ ପରେ ପରିବାର ସମ୍ପର୍କ ଅଭିଯାନ ପାଇଁ ବିଜେଡିର ବ୍ଲୁ-ପ୍ରିଣ୍ଟ । ଡିସେମ୍ବର ୨୬ ଅର୍ଥାତ ଦଳର ପ୍ରତିଷ୍ଠା ଦିବସ ପର୍ଯ୍ୟନ୍ତ ପରିବାର ସମ୍ପର୍କ ଅଭିଯାନ କରିବ ବିଜେଡି । ଏହି ସମୟରେ ରାଜ୍ୟର ସମସ୍ତ ପରିବାରକୁ ଭେଟିବା ପାଇଁ ତୃଣମୂଳ ସ୍ତରର ନେତୃତ୍ୱଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ବିଜେଡିର ବରିଷ୍ଠ ଉପସଭାପିୀ ଦେବୀ ମିଶ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ପ୍ରତି ୱାର୍ଡରେ ଥିବା ଆମର କମିଟି ପରିବାର ଗୁଡିକ ସହ ନିରନ୍ତର ସମ୍ପର୍କରେ ଅଛନ୍ତି । ତାକୁ ଆହୁରି ଅଧିକ ଫୋକସ୍ କରିବାକୁ କୁହାଯାଇଛି । ପରିବାର ସମ୍ପର୍କ ଅଭିଯାନରେ କାହାର କଣ ଆବଶ୍ୟକତା ରହିଛି ବୁଝିବେ, ଯେଉଁମାନେ ବୁଝି ପାରୁ ନାହାଁନ୍ତି ତାଙ୍କୁ ବୁଝେଇବେ ଓ ନବୀନ ପଟ୍ଟନାୟକଙ୍କ ସରକାରର ସଫଳତା କହିବେ ବୋଲି ଦେବୀ ମିଶ୍ର କହିଛନ୍ତି ।
Related Stories
December 7, 2024