ଭୁବନେଶ୍ୱର : ବ୍ରହ୍ମପୁର ଲୋକସଭା ଆସନରୁ ନିର୍ବାଚନ ଲଢୁଥିବା ବିଜେପି ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଫେରାଦ ହୋଇଛି ବିଜେଡି । ନିର୍ବାଚନରେ ନିୟୋଜିତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ପ୍ରଦୀପ ପାଣିଗ୍ରାହୀ ଧମକ ଦେଉଥିବା ଅଭିଯୋଗ କରିଛି ବିଜେଡି ।

ବିଜେଡି କହିଛି ପ୍ରଦୀପଙ୍କ କଥା ନ ମାନିଲେ ତାଙ୍କୁ ବଦଳି କରିଦେବା ପାଇଁ ବ୍ରହ୍ମପୁରର ସରକାରୀ କର୍ମଚାରୀ ଓ ଅଧିକାରୀଙ୍କୁ ଧମକ ଦେଉଛନ୍ତି । ପୂର୍ବରୁ ଇସିଆଇଙ୍କୁ କହି କେତେକ ଅଧିକାରୀଙ୍କୁ ବଦଳି କରାଯାଇଥିବାର ଉଦାହରଣ ଦେଇ ଧମକ ଦେଉଛି ପ୍ରଦୀପ । ସେଥିପାଇଁ ପ୍ରଦୀପଙ୍କ ବିରୁଦ୍ଧରେ ସିଇଓଙ୍କୁ କାର୍ଯ୍ୟାନୁଷ୍ଠନ ପାଇଁ ଦାବି କରାଯାଇଛି ।