ଭୁବନେଶ୍ୱର : ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛି ବିଜେଡି । ବିଜେଡି ବିଧାୟକ ସୁଧୀର ସାମଲ କହିଛନ୍ତି ସାଂସଦଙ୍କ ଅଭିଯୋଗ ସମ୍ପୁର୍ଣ୍ଣ ଭିତ୍ତିହୀନ । ସେ ଭିତ୍ତିହୀନ ମନ୍ତବ୍ୟକୁ ଆମେ ଖାତିର କରୁନାହୁଁ । ସାଂସଦ ହୁଅନ୍ତୁ ଅବା ବିଧାୟକ ଭିତ୍ତିହୀନ ମନ୍ତବ୍ୟ ଦେଲେ ଜନତା ଗ୍ରହଣ କରିବେ ନାହିଁ । ଜନତା ଜାଣିଛନ୍ତି କିଏ କଣ କରୁଛି ରାଜ୍ୟର ଅଗ୍ରଗତି ପାଇଁ, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ହାତ ରହିଛି । ସମସ୍ତ ଜନତା ରାଜ୍ୟ ସରକାରଙ୍କ ସାଙ୍ଗରେ ଅଛନ୍ତି । ବିରୋଧୀ ଯେଉଁ ଭିତ୍ତିହୀନ ମନ୍ତବ୍ୟ ଦେଉଛନ୍ତି ଏହାର ଜବାବ ଶୀଘ୍ର ପାଇବେ ବୋଲି ବିଜେଡି ବିଧାୟକ କହିଛନ୍ତି । ଟ୍ୱିଟ ଯୋଗେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ ସାଂସଦ ଅପରାଜିତା ଷଡଙ୍ଗୀ ।