ଭୁବନେଶ୍ୱର, 21 ସେପ୍ଟେମ୍ବର:- ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ସ୍ୱପ୍ନକୁ ପୂରଣ କରିବାପାଇଁ ସୋନିଆ ଗାନ୍ଧୀ ଉପା-୨ କଂଗ୍ରେସ ସରକାର ସମୟରେ ମହିଳା ସଂରକ୍ଷଣ ବିଲକୁ ୨୦୧୦ ମସିହା ମାର୍ଚ୍ଚମାସ ୯ ତାରିଖ ରାଜ୍ୟସଭାରେ ପାସ କରାଇଥିଲେ । ପରବର୍ତୀ ପର୍ଯ୍ୟାୟରେ ଏହା ଲୋକସଭାରେ ପାସ ହୋଇପାରିନଥିଲା । କିନ୍ତୁ ମହିଳାମାନଙ୍କୁ ୩୩% ପାର୍ଲାମେଂଟ ଏବ ରାଜ୍ୟ ବିଧାନସଭାରେ ସଂରଣକ୍ଷ ଦିଆଯାଉ ବୋଲି ଶ୍ରୀମତୀ ସୋନିଆ ଗାନ୍ଧୀ ନିଷ୍ପତି ନେଇଥିଲେ ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ।
୧୯୮୯ ମସିହାରୁ ମହିଳାମାନଙ୍କୁ ପଂଚାୟତ ଓ ନଗରପାଳିକାରେ ଏକ ତୃତୀୟାଂଶ ରିଜରଭେସନ କଂଗ୍ରେସ ୭୩ ତମ ସମ୍ବିଧାନ ସଂଶୋଧନ ବିଲ ମାଧ୍ୟମରେ ପ୍ରଦାନ କରିବାପାଇଁ ଚେଷ୍ଟା କରିଥିଲା ଏବଂ ୧୯୯୩ ମସିହାରେ କଂଗ୍ରେସ ସରକାରରେ ଏହି ବିଲ ପାରିତ ହୋଇଥିଲା । ତେଣୁ କଂଗ୍ରେସ ଏକମାତ୍ର ରାଜନୈତିକ ଦଳ ଯିଏକି ମହିଳାମାନଙ୍କୁ ସମଭାଗିଦାରୀ କରିବାପାଇଁ ପ୍ରତ୍ୟେକ ସ୍ତରରେ କାର୍ଯ୍ୟ କରୁଛି । ବିଜେଡ଼ି ଓ ବିଜେପି ମହିଳାମାନଙ୍କ ବିକାଶ ପାଇଁ ଏପର୍ଯ୍ୟନ୍ତ କୌଣସି ଠୋସ ନିଷ୍ପତି ନେଇନାହାନ୍ତି । ସେହିପରି କାଳିଆ ଯୋଜନାରେ ୧୦ ଜହାର ଟଙ୍କା ପ୍ରତିବର୍ଷ ଚାଷୀଙ୍କ ଖାତାକୁ ଯିବ ବୋଲି କୁହାଯାଇଥିଲା । କିନ୍ତୁ ବର୍ତମାନ ମାତ୍ର ୪ ହଜାର ଟଙ୍କା ଦୁଇଟି କିସ୍ତିରେ କୃଷକଙ୍କ ଖାତାକୁ ଦିଆଯାଉଛି ।