ଭୁବନେଶ୍ୱର : ବିଜୁ ଜନତା ଦଳର କୋରାପୁଟ ଜିଲ୍ଲା କମିଟିର ପଦାଧିକାରୀ ଓ ସଦସ୍ୟଙ୍କ ନାଁ ଘୋଷଣା କରାଯାଇଛି । କୋରାପୁଟ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଭାବେ ପ୍ରଶାନ୍ତ ଗୁପ୍ତାଙ୍କୁ ଦାୟିତ୍ୱ ଦିଆଯାଇଛି । ସେହିପରି ଉପଦେଷ୍ଟା ଭାବେ ଗୁପ୍ତ ପ୍ରସାଦ ଦାସ, ଉତ୍କଳ ରଞ୍ଜନ ନାୟକ, ଗୋପାଳ କୃଷ୍ଣ ବେବର୍ତ୍ତା, ତ୍ରପତି ବାଲାଜୀ ମହାନ୍ତି ଓ ଅନୁପ ପାତ୍ରଙ୍କୁ ଦାୟିତ୍ୱ ଦିଆଯାଇଛି । ଏହା ସହିତ ଜିଲ୍ଲାର ଉପସଭାପତି, ସାଧାରଣ ସମ୍ପାଦକ, ସମ୍ପାଦକ ଓ ଯୁଗ୍ମ ସମ୍ପାଦକଙ୍କ ନାମ ମଧ୍ୟ ଘୋଷଣା କରାଯାଇଛି । ଏନେଇ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସୂଚନା ଦେଇଛନ୍ତି ।