ଜାକର୍ତ୍ତା, 7 ସେପ୍ଟେମ୍ବର:ପୂର୍ବ ଏସିଆ ଶିଖର ସମ୍ମିଳନୀ ପୂର୍ବରୁ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ବୁଧବାର ଦିନ ଋଷ ପ୍ରତିପକ୍ଷ ସର୍ଗେଇ ଲାଭରୋଭଙ୍କୁ ଭେଟି ଜି-20 ସମ୍ପର୍କିତ କିଛି ପ୍ରସଙ୍ଗ ସହ ଦ୍ୱିପାକ୍ଷିକ ଓ ବହୁପାକ୍ଷିକ ସହଯୋଗ ଉପରେ ଆଲୋଚନା କରିଛନ୍ତି ।
ଏନେଇ ବୈଦେଶିକ ମନ୍ତ୍ରୀ ସୋସିଆଲ ମିଡିଆ ଏକ୍ସ(ଟ୍ୱିଟର)ରେ ଏକ ପୋଷ୍ଟ କରି କହିଛନ୍ତି ଯେ, ଜାକର୍ତ୍ତାରେ ପୂର୍ବ ଏସିଆ ଶିଖର ସମ୍ମିଳନୀ ପୂର୍ବରୁ ଋଷ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭଙ୍କୁ ସାକ୍ଷାତ କରିବା ଭଲ ଅବସର ଥିଲା । ଏହି ଅବସରରେ ଆମ ମଧ୍ୟରେ ଦ୍ୱିପାକ୍ଷିକ ଓ ବହୁପାକ୍ଷିକ ସହଯୋଗ ପାଇଁ ଆଲୋଚନା ହୋଇଛି । ପୂର୍ବ ଏସିଆ ଶିଖର ସମ୍ମିଳନୀ ଓ ଜି-20 ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା ହୋଇଛି ।