ଭୁବନେଶ୍ୱର,୧୨ ଜାନୁଆରୀ – ଓଡିଶା ଫେରିବ ବିଜୁ ବାବୁଙ୍କ ଡାକୋଟା ବିମାନ । ଆସନ୍ତା ୧୬ ତାରିଖ ବେଳକୁ ଡାକୋଟା ଭୁବନେଶ୍ୱରରେ ପହଂଚିବ । ଏସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ କହିଛନ୍ତି ଯେ ରାଜ୍ୟ ସରକାର ଡାକୋଟା ବିମାନକୁ କୋଲକାତା ବିମାନବନ୍ଦରରୁ ଭୁବନେଶ୍ୱର ଆଣିବା ଲାଗି ଏକ ଏଜେନ୍ସିକୁ ଦାୟିତ୍ୱ ଦେଇଛନ୍ତି । ଏହି ଏଜେନ୍ସି ଡାକୋଟା ବିମାନକୁ ଭିନ୍ନ ଭିନ୍ନ ଭାଗରେ ବିଭକ୍ତ (ଡିସମେେଂଟଲ୍) କରି ସଡ଼କ ପଥରେ ଏହାକୁ ଭୁବନେଶ୍ୱର ଆଣିବ । ଏବେ କୋଲକାତା ବିମାନବନ୍ଦରରେ ଡାକୋଟା ବିମାନ ବିଭିନ୍ନ ଭାଗରେ ବିଭକ୍ତ (ଡିସମେେଂଟଲ୍) ହୋଇସାରିଛି । ୧୪ ତାରିଖରେ ଏହା କୋଲକାତାରୁ ବାହାରିବ । ଆଶା କରାଯାଉଛି, ୧୬ ତାରିଖରେ ଏହା ଭୁବନେଶ୍ୱର ପହଂଚିବ । ଏଠାରେ ପହଂଚିବା ପରେ ବିମାନ ବନ୍ଦରରେ ଥିବା ରାଜ୍ୟ ସରକାରଙ୍କ ହ୍ୟାଙ୍ଗରରେ ଡାକୋଟାକୁ ରିଆସେମ୍ୱଲ ( ପୁନଃବ୍ୟବସ୍ଥିତ) କରାଯିବ । ଡାକୋଟାର ଯେଉଁ ଅଂଶ ଖରାପ ହୋଇଯାଇଛି, ତାକୁ ମରାମତି କରିବା ପରେ ତାହାକୁ ଟର୍ମିନାଲ-୧ ସମ୍ମୁଖରେ ରାଜ୍ୟ ସରକାରଙ୍କୁ ଲିଜରେ ଦିଆଯାଇଥିବା ସ୍ଥାନରେ ଦର୍ଶକଙ୍କ ପାଇଁ ସ୍ଥାପନ କରିବେ ରାଜ୍ୟ ସରକାର ।
………