ନୂଆଦିଲ୍ଲୀ : ଦେଶବାସୀଙ୍କୁ ସ୍ୱାଧୀନତା ଦିବସର ବଡ ଭେଟି ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲା ପ୍ରାଚୀରରୁ ବିଶ୍ୱକର୍ମା ଯୋଜନାର ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ବିଶ୍ବକର୍ମା ଦିବସରେ ଦେଶର ଶ୍ରମିକମାନଙ୍କ ପାଇଁ ନୂଆ ଯୋଜନା ଆସିବ । ପାରମ୍ପାରିକ କଳା ପାଇଁ ଆସନ୍ତାମାସରୁ 13ରୁ 15 ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା କରାଯାଇଛି ।
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, ଦେଶବାସୀ ଦେଶ ପାଇଁ ଏକ ସ୍ଥିର ସରକାର ଚୟନ କରିଛନ୍ତି । ଆଉ ଏହି ସ୍ଥିର ସରକାର ପାଇଁ ଦେଶର ପୁନର୍ଗଠନ ନିମନ୍ତେ ଶକ୍ତି ବିକଶିତ ହୋଇପାରୁଛି । ଏହି କାରଣରୁ, ଅମଲାତନ୍ତ୍ର ପରିବର୍ତ୍ତନ ପାଇଁ କାର୍ଯ୍ୟ କରିଛି | ଏହି ଅବସରରେ ପ୍ରଧାନମନ୍ତ୍ରୀ 9 ବର୍ଷ ସରକାରର ସଫଳତାକୁ ବଖାଣିଥିଲେ ।
2014ରେ କ୍ଷମତାକୁ ଆସିବା ସମୟରେ ଆମେ ବୈଶ୍ବିକ ଓ ଆର୍ଥିକ ବ୍ୟବସ୍ଥାରେ 10ମ ସ୍ଥାନରେ ଥିଲା ଭାରତ । ତେବେ ଆଜି 140 କୋଟି ଭାରତୀୟଙ୍କ ଉଦ୍ୟମ ଯୋଗୁ ଆମେ ପଞ୍ଚମ ସ୍ଥାନରେ ପହଞ୍ଚିପାରିଛୁ । ଦୁର୍ନୀତି ପୂରା ଦେଶକୁ ଗ୍ରାସ କରିଥିଲା,ତେବେ ଆମ ସରକାର ଏହି ଲିକେଜକୁ ରୋକିଥିଲା ଏବଂ ଏକ ସୁଦୃଢ ଅର୍ଥ ବ୍ୟବସ୍ଥା ପ୍ରସ୍ତୁତ କରିଥିଲା ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ କହିଛନ୍ତି ।