ଜୟପୁର : ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ସହ ମଧୁବାବୁ ପେନସନ ଯୋଜନା ଅନ୍ତର୍ଗତ ନୁତନ ଭାବେ ମଞ୍ଜୁର ପ୍ରାପ୍ତ ହିତାଧିକାରିଙ୍କୁ ଭତ୍ତା ପ୍ରଦାନ କାଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଜୟପୁର ବ୍ଲକ ପରିସରରେ ଅନୁଷ୍ଠିତ କାଯ୍ୟକ୍ରମରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି, ବ୍ଲକ ଅଧ୍ୟକ୍ଷା ତିଳୋତ୍ତମା ମୁଦୁଲି, ବିଡିଓ ରାଜୀବ ଦାସ, ଏବିଡିଓ ମନୋଜ ନାୟକ, ସହକାରି ନିବାହୀ ଯନ୍ତ୍ରୀ ବିଶ୍ୱନାଥ ପାତ୍ର,ଜିଲା ପରିଷଦ ସଭ୍ୟା ତପତ୍ତି ପଟ୍ଟନାୟକ, ଆସ୍ତା ନାୟକ, ବ୍ଲକ ସମାଜିକ ସୁରକ୍ଷା ଅଧିକାରି କେ.ଏସ ନିଶା ପ୍ରମୁଖ ଉପସ୍ଥିତ ଥିଲେ । ଏଠାରେ ପିଇଓ, ଜିଆରଏସ, ସରପଞ୍ଚ, ସମିତି ସଭ୍ୟ ମାନେ ଉପସ୍ଥିତ ଥିଲେ ।