ବଲାଙ୍ଗୀର : ଗତକାଲି ତା ୨୨.୦୮.୨୦୨୩ ମଙ୍ଗବାର ଦିନ ଭାରତୀୟ ଜନତା ପାର୍ଟି, ବଲାଙ୍ଗୀର ବିଧାନସଭା ମଣ୍ଡଳୀ ର ସଂଯୋଜକ ଗୋପାଲଜୀ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ବଲାଙ୍ଗୀର ସହରର ଭଗବତୀ ମଣ୍ଡପ ଠାରେ ଭୋଟର ସଚେତନତା ମହାଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ବଲାଙ୍ଗୀର ଜିଲ୍ଲା ବିଜେପି ସଭାପତି ଶିବାଜୀ ମହାନ୍ତି ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଇଥିବା ସହ ମହିଳା ମୋର୍ଚ୍ଚା ସଭାନେତ୍ରୀ ପଙ୍କଜିନୀ ପଣ୍ଡା,ରାଜ୍ୟ ମହିଳା ମୋର୍ଚ୍ଚା ସମ୍ପାଦିକା ରଞ୍ଜିତା ପାଣିଗ୍ରାହୀ,ଜିଲ୍ଲା ସାଧାରଣ ସମ୍ପାଦକ ଅମିତ ସିଂ ନିନା, ବିଜେପି ବଲାଙ୍ଗୀର ବିଧାନସଭା ପ୍ରଭାରୀ ତଥା ଜିଲ୍ଲା ପରିଷଦ ସଭ୍ୟ ଶିବଦତ ମିଶ୍ର, ଯୁବମୋର୍ଚା ସଭାପତି ଅମରଜିତ ପଟେଲ ଏବଂ ଶ୍ରୀ ପ୍ରଭାସ ପାଣିଗ୍ରାହୀ ପ୍ରମୁଖ ମଂଚାସିନ ଥିଲେ ।ଏହି ସଭା ରେ ବଲାଙ୍ଗିର ବିଧାନସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଂଚଳରୁ ଆସିଥିବା କର୍ମକର୍ତାଙ୍କୁ ଜିଲ୍ଲା ସଭାପତି ଶ୍ରୀ ଶିବାଜୀ ମହାନ୍ତି ସମ୍ବୋଧିତ କରି ଅଗାମୀ ନିର୍ବାଚନ ରେ ବଲାଙ୍ଗିର ବିଧାନସଭା ମଣ୍ଡଳୀ ରେ ବିଜେପିର ବିଜୟ ସୁନିଶ୍ଚିତ କରିବା ପାଇଁ ଦଳକୁ ବୁଥ ସ୍ତରରୁ ସଂଗଠିତ କରିବା ସହ ଜନ ସମ୍ପର୍କ ଅଭିଯାନକୁ ବ୍ୟାପକ କରିବା ପାଇଁ ବିଭିନ୍ନ ପରାମର୍ଶ ଦେଇଥିଲେ । ଏହି ସଭାରେ ବନଶ୍ରୀ ଆଚାର୍ଯ୍ୟ, ରଶ୍ମିରେଖା ଦାନୀ, ବାସନ୍ତୀ ଜେନା, ଅନୁସୟା ବେଜ, ସୌଦାମିନୀ ମିଶ୍ର, ସରିତା ଯୋଶୀ, ଗାୟତ୍ରୀ ଦାସ, ସତ୍ୟବତୀ ଗୁରୁ, ମୁନା ପଟ୍ଟନାୟକ, ନରେଶ ଅଗ୍ରୱାଲ, ଅପ୍ରମିତ ପରିଚ୍ଛା, ରାହୁଲ ପାଣିଗ୍ରାହୀ, ଡ଼ ଶଶୀଭୂଷଣ ସାହୁ, ପ୍ରଦୀପ ମିଶ୍ର, ଶ୍ରୀକାନ୍ତ ଜାଲ, ମୁନେଶ ରଥ,ଦେବବ୍ରତ ନୀନା, ଅଜୟ ଶର୍ମା, ସୁରମ୍ୟ ମିଶ୍ର, ପୁରୁଷୋତମ ସାହୁ, ଶ୍ୟାମ ଗୁରୁ, ପାର୍ଥ କରଣ, ଦେବରାଜ ନାଗ ପ୍ରମୁଖ ଏବଂ ବଲାଙ୍ଗୀର ନଗର, ବଲାଙ୍ଗୀର ବ୍ଲକ ଓ ଦେଓଗାଁ ବ୍ଲକ ସମସ୍ତ ବୁଥରୁ ଶତାଧିକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।