
କେନ୍ଦ୍ରାପଡ଼ା- 10 ମଇ ବିଜେପିର ରାଷ୍ଟୀୟ ଉପାଧ୍ୟକ୍ଷ ତଥା ପୂର୍ବତନ ସାଂସଦ ଏବଂ ବିଜେପି ର କେନ୍ଦ୍ରାପଡା କ୍ଷେତ୍ର ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଓ ୫ଜଣ ବିଧାନସଭା ପ୍ରାର୍ଥୀ ୧୦ ତାରିଖ ଆଜି ନାମାଙ୍କନ ପତ୍ର ଦାଖଲ କରିବେ । ଏନେଇ ବିଜେପି ର ଜିଲ୍ଲା ଉପ ସଭାପତି ସଂଜୟ ରଥଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଜିଲ୍ଲା ଉପ ସଭାପତି ଅଭିମନ୍ୟୁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁନାକର ବେହେରା, ଯୁବନେତା ନେହେରୁ ସାହୁ ପ୍ରମୁଖ ଉପସ୍ଥିତ ରହି ଶୀ ପଣ୍ଡା କେନ୍ଦ୍ରାପଡାର ସାଂସଦ ଥିବାବେଳେ ଜିଲ୍ଲାର ବିଭିନ୍ନ ଅଂଚଳରେ ପାନୀୟ ଜଳ ସମାଧାନ ପାଇଁ ଓଭର ହେଡ ଟାଙ୍କି ନିର୍ମାଣ, ଯୁବକ ମାନଙ୍କ କ୍ରୀଡାର ବିକାଶ ପାଇଁ ଅନେକ ମିନି ଷ୍ଟାଡିଅମ ସହ ଜିଲ୍ଲାରେ ରେଳ ଲାଇନ ଚଳାଚଳ ବ୍ୟବସ୍ଥା ଭଳି ଅନେକ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟ କରିଛନ୍ତି । ଏଥି ସହ ତାଙ୍କ ସଂସଦୀୟ କ୍ଷେତ୍ରରେ ବନ୍ୟା, ବାତ୍ୟା, ଘରପୋଡି ଭଳି ପ୍ରାକୃତିକ ଦୈବ ଦୁର୍ବିପାକ ହେଉ କିମ୍ବା ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାର ନିକଟରେ ପହଁଚି ସହାୟତା ର ହାତ ବଢାଇଛନ୍ତି । ପଦ୍ମଫୁଲ ଚିହ୍ନରେ ଭୋଟ ଦେଇ ବିଜେପି କୁ ପୂର୍ଣ୍ଣମାତ୍ରା ରେ ସହଯୋଗ କରିବା ପାଇଁ ସେ ଭୋଟର ମାନଙ୍କୁ ନିବେଦନ କରିଛନ୍ତି ।