ୱାଶିଂଟନ 1 ନଭେମ୍ବର (ହି.ସ)-ଆମେରିକାର ରାଷ୍ଟ୍ରପତି ନିର୍ବାଚନର ପାଞ୍ଚ ଦିନ ପୁର୍ବରୁ ପୁର୍ବତନ ରାଷ୍ଟ୍ରପତି ଏବଂ ରିପବ୍ଲିକାନ ପାର୍ଟୀ ପ୍ରାର୍ଥୀ ଡ୍ରୋନାଲ୍ଡ ଟ୍ରମ୍ପ ହିନ୍ଦୁ ଭୋଟରଙ୍କୁ ଉତ୍ସାହିତ କରିବା ପାଇଁ ଗୁରୁତ୍ୱପୁର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି।ସେ କହିଛନ୍ତି ଯେ ବାଂଲାଦେଶରେ ହିନ୍ଦୁ, ଖ୍ରୀଷ୍ଟିୟାନ,ଏବଂ ଅନ୍ୟ ସଂଖ୍ୟାଲଘୁଙ୍କ ବିରୋଧରେ ହୋଇଥିବା ବର୍ବର ହିଂସାକୁ ଦୃଢ ନିନ୍ଦା କରୁଛି।
ଟ୍ରମ୍ପ ସୋଶିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ ସେୟାର କରିଛନ୍ତି ଏବଂ ଦାବି କରିଛନ୍ତି ଯେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଏପରି କଦାପି ହୁଏ ନାହିଁ।ସେ କମଳା ହେରିସ ଏବଂ ବାଇଡେନ ଉପରେ ଆମେରିକା ସମେତ ସମଗ୍ର ବିଶ୍ୱରେ ହିନ୍ଦୁମାନଙ୍କୁ ଅବହେଳା କରିଥିବା ଅଭିଯୋଗ କରି କରିଛନ୍ତି ଯେ ଇସ୍ରାଏଲ ରୁ ୟୁକ୍ରେନ ଏବଂ ଆମର ଦକ୍ଷିଣ ସୀମା ପର୍ଯ୍ୟନ୍ତ ହଇଚଇ ସୃଷ୍ଟି କରିଛି,କିନ୍ତୁ ଆମେ ଆମେରିକାକୁ ପୁଣି ଶକ୍ତିଶାଳୀ କରିବୁ ଏବଂ ଶକ୍ତି ମାଧ୍ୟମରେ ଶାନ୍ତି ଫେରାଇ ଆଣିବୁ।
ଟ୍ରମ୍ପ ପ୍ରଥମ ଥର ବାଂଲାଦେଶ ପ୍ରସଙ୍ଗ ଉପରେ ନିଜର ମନ୍ତବ୍ୟ ଦେଇଛନ୍ତି ।ବାଂଲାଦେଶରେ ଏକ ବଡ ଆକାରର ଛାତ୍ର ତଥା କଠୋରପନ୍ଥୀଙ୍କ ପ୍ରଦର୍ଶନ ପରେ 5 ଅଗଷ୍ଟକୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଶେଖ ହସୀନାଙ୍କୁ ଦେଶ ଛାଡି ପଳାଇବାକୁ ପଡିଲା।ଏହା ପରେ ଦେଶର ବିଭିନ୍ନ ଅଞ୍ଚଳରେ ବହୁ ସଂଖ୍ୟାରେ ହନ୍ଦୁ ସମ୍ପ୍ରଦାୟ ସମେତ ଅଳ୍ପସଂଖ୍ୟକ ଲୋକଙ୍କ ବିରୋଧରେ ହିଂସାତ୍ମକ ଘଟଣା ହୋଇଥିଲା ଏବଂ ବହୁ ସଂଖ୍ୟକ ଲୋକଙ୍କ ମୃତ୍ୟୁ ହୋଇଥିଲା।
ଟ୍ରମ୍ପ ଦିୱାଲୀର ଶୁଭକାମନା ଜଣଇ କହିଛନ୍ତି କ୍ଷମତାକୁ ଆସିବା ପରେ କଠୋରପନ୍ଥୀ ବାମପନ୍ଥୀମାନଙ୍କର ଧର୍ମିକ ବିରୋଧୀ ଏଜେଣ୍ଡ ବିରୋଧରେ ହିନ୍ଦୁ ଆମେରିକୀୟମାନଙ୍କୁ ସୁରକ୍ଷା ଦେବେ।ସେ କହିଛନ୍ତି ଯେ ଆମେ ସେମାନଙ୍କ ସ୍ୱାଧୀନତା ପାଇଁ ଲଢିବା।ଆମେ ଭାରତ ଏବଂ ମୋର ଭଲ ବନ୍ଧୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଆମର ମହାନ ଭାଗୀଦାରକୁ ମଧ୍ୟ ମଜବୁତ କରିବୁ।
ସୁଚନାଯୋଗ୍ୟ ଯେ ଆମେରିକାରେ 5 ନଭେମ୍ବରକୁ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି।ଏହି ନିର୍ବାଚନରେ ରିପବ୍ଲିକାନ ପ୍ରାର୍ଥୀ ଡ୍ରୋନାଲ୍ଡ ଟ୍ରମ୍ପ ଏବଂ ଡେମୋକ୍ରାଟିକ ପ୍ରାର୍ଥୀ କମଳା ହେରିସଙ୍କ ମଧ୍ୟରେ କଡା ପ୍ରତିଯୋଗିତା ହେବ।