କଂଗ୍ରେସ ସବୁବର୍ଗଙ୍କୁ ସୁରକ୍ଷା ଓ ନ୍ୟାୟ ପ୍ରଦାନ କରିବ – ସମରେନ୍ଦ୍ର
ବଲାଙ୍ଗୀର – ମହିଳା ସୁରକ୍ଷାର ନାରା ଦେଉଥିବା ରାଜ୍ୟ ସରକାର ଓ ଏହାର ନେତା ମାନଙ୍କ କଥା ଓ କାମ ରେ ସବୁ ବେଳେ ଫରକ ଦେଖାଯାଏ କ୍ଷ କୁନ୍ଦୁଲି, ପରି ଘଟଣା ହେଉ କି ମମିତା ମେହେର ହତ୍ୟା ଘଟଣା, ସବୁଥିରେ ଅଭିଯୁକ୍ତ ହେଉଛନ୍ତି ସରକାରୀ ଦଳର ନେତାମନ୍ତ୍ରୀ ।
ମୁଖ୍ୟମନ୍ତ୍ରୀଙ୍କ ଘନିଷ୍ଠ ବନ୍ଧୁ ବଲାଙ୍ଗୀର ରାଜପରିବାରର ଅନଙ୍ଗ ଉଦୟ ଓ ତାଙ୍କ ପରିବାର ବିରୁଦ୍ଧରେ ନାରୀନିର୍ଯାତନା ଭଳି ସାଙ୍ଘାତିକ ଅଭିଯୋଗ କହିଦେଲି ପରିବାରର ସାନ ବୋହୁ ଆଦରିଜା ମଞ୍ଜରୀ ସିଂହଦେଓ ଆଣିଛନ୍ତି । ନାରୀ ନିର୍ଯାତନା କ୍ଷେତ୍ରରେ ଶୂନ୍ୟ ସହନଶୀଳତା ର କଥା କହୁଥିବା ମୁଖ୍ୟମନ୍ତ୍ରୀ ଏ କ୍ଷେତ୍ରରେ କେବଳ ଚୁପ ରହିନାହାନ୍ତି ଓଲଟା ମୁଖ୍ୟମନ୍ତ୍ରୀ ସଂଗୀନ ଅଭିଯୋଗ ଥିବା ସତ୍ୱେ ନିର୍ବାଚନରେ ଦଳୀୟ ଟିକେଟ ଦେଇଛନ୍ତି । ଏଥିରୁ ବଲାଙ୍ଗୀର ଜନସାଧାରଣ ବୁଝି ପକାନ୍ତୁ ଯେ ବଧୂ ନିର୍ଯାତନା ଭଳି ସଂଗୀନ ଅଭିଯୋଗ ଥିବା ଅଭିଯୁକ୍ତ ଯିଏ କି ଏହି ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଛନ୍ତି, ତାଙ୍କ ପ୍ରତିନିଧିତ୍ୱ ରେ ରେ ଆମ ବଲାଙ୍ଗୀରର ମାଁ ଭଉଣୀ କେତେ ସୁରକ୍ଷିତ କ୍ଷ ତେଣୁ ଏହି ନିର୍ବାଚନରେ ବଲାଙ୍ଗୀରବାସୀ ପୁଣି ଥରେ କଂଗ୍ରେସ ଦଳର ହାତ ଚି଼ହ୍ନ ରେ ବିପୁଳ ପରିମାଣଟେ ଭୋଟ ଦିଅନ୍ତୁ କାରଣ କଂଗ୍ରେସ ସରକାର ହିଁ ସମାଜର ସବୁ ବର୍ଗର ଲୋକଙ୍କୁ ସୁରକ୍ଷା ଓ ନ୍ୟାୟ ପ୍ରଦାନ ର ଗେରେଣ୍ଟି ଦେଉଛି ବୋଲି ଆଜି ବଲାଙ୍ଗୀର ବ୍ଲକ ସ୍ଥିତ ସଦେଇ ପାଲି ଓ ଚନ୍ଦନଭାଟି ଠାରେ ଅନୁଷ୍ଠିତ ଜନ ଆଶୀର୍ବାଦ ସଭାରେ ବଲାଙ୍ଗୀର ବିଧାନସଭା ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର ନିଜ ଭାଷଣରେ କହିଛନ୍ତି ।
ବ୍ଲକ କଂଗ୍ରେସ ସଭାପତି ରାମ ପ୍ରସାଦ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ନିର୍ବାଚନୀ ସଭାରେ ସମରେନ୍ଦ୍ର ଆହୁରି ମଧ୍ୟ କହିଛନ୍ତି ଯେ ବଲାଙ୍ଗୀର ର ତଥାକଥିତ ରାଜପରିବାର ଯିଏ କି ଆମର ପ୍ରତିଦ୍ୱନ୍ଦୀ ଭାବେ ଛିଡା ହୋଇ ଛନ୍ତି ସେମାନେ ନିର୍ବାଚନ ସମୟ ଛଡା ବାକି ସାୟା ବଲାଙ୍ଗୀର ବାହାରେ ଡେରାଡୁନରେ ବସବାସ କରନ୍ତି,ସେମାନେ ଆମ ସରଳ ବଲାଙ୍ଗୀରବାସୀ ଭୋଗୁଥିବା ସମସ୍ୟା ବୁଝିବେ କେମିତି । ନିର୍ବାଚନୀ ବୈତରଣୀ ପକ୍ଷର ହେବାପାଇଁ ଏମାନେ କେବଳ ମଦ, ମାଂସ ଓ ପାଂଚଶହ ଉପରେ ଭରସା କରନ୍ତି କ୍ଷ ତେଣୁ ଲୋକେ ଗତ ଦୁଇଟି ନିର୍ବାଚନରେ ଏମାନଙ୍କୁ ବରାଖସ୍ତ କରିସାରିଲେଣି, ଏଇ ନିର୍ବାଚନ ରେ ପୁଣି ହକ୍ଷରିବେ, ନିର୍ବାଚନ ରେ ପୁଣି କଂଗ୍ରେସ ଜିତି ହେଟ୍ରିକ କରିବ ବୋଲି ସମରେଦ୍ର ମିଶ୍ର କହିଥିଲେ ଜନ ଆଶୀର୍ବାଦ ସଭାରେ ଉପସ୍ଥିତ ମାନ୍ୟବର୦ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ନିଜ ବକ୍ତବ୍ୟ ରେ ନିର୍ବାଚନ ରେ କଂଗ୍ରେସ ଦଳ ଦେଇଥିବା ଗ୍ୟାରେଂଟି ଉପରେ ସୂଚନା ଦେଇଥିଲେ ।
ଶ୍ରୀ ମିଶ୍ର କହିଥିଲେ ଯେ ଯଦି କଂଗ୍ରେସ ସରକାର କୁ ଆସେ ତେବେ ଗୃହ ଜ୍ୟୋତି ଯୋଜନା ରେ ଘରୋଇ ଉପଭୋକ୍ତା ଙ୍କ ପାଇଁ ୨୦୦ ୟୁନିଟ ବିଦ୍ୟୁତବ ଦେୟ ମାଗଣା, ଯୁବ ବିକାଶ ଯୋଜନା ରେ ପ୍ରତ୍ୟେକ ବର୍ଷ ପାଂଚ ଲକ୍ଷ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ବ୍ୟବସ୍ଥା ବେକାରୀ ଭତା ମାସିକ ତିନିଭାଜର, କୃଷକ ମାନକ ପାଇଁ ବନସ ସହ ଧାନ ର ମୂଲ୍ୟ କୁଇଂଟାଲ ପ୍ରତି ୩୦୦୦ ତାଙ୍କ, କୃଷି ରୁଆ ଛାଡ଼, କୃଷକମାନଙ୍କ ପାଇଁ ମାସିକ ୨୦୦୦ ଟଙ୍କା ପେନସନ ବ୍ୟବସ୍ଥା,ଗୃହ ଲଷ୍ମୀ ଯୋଜନାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠିଙ୍କ ବ୍ୟାଙ୍କ ଋଣ ମହିଳାଙ୍କୁ ମାସିକ ୨୦୦୦ ଟଙ୍କା ଭତା, ଆଦିବାସୀ ଓ ଦଳିତ ମହିଳାଙ୍କୁ ମାସିକ ୩୦୦୦ ଟଙ୍କା ,୫୦୦ ଟଙ୍କା ରେ ଗ୍ୟାସ ସିଲିଣ୍ଡର ର ବ୍ୟବସ୍ଥା ସହ ୨୫ ଲକ୍ଷ ସ୍ୱାସ୍ଥ୍ୟ ବୀମା ମାଧ୍ୟମରେ ମାଗଣା ଚିକିତ୍ସା,ବାର୍ଦ୍ଧକ୍ୟ ବିଧବା ଓ ବିକଳାଙ୍ଗ ଭତା ମାସିକ ୨୦୦୦ ଟଙ୍କା ପ୍ରଦାନ କରିବାର ଗେରେଂଟି ଦିଆଯିବ ବୋଲି କହିଥିଲେ । ଆଜିର ଏହି ନିର୍ବାଚନ ସଭା ରେ ଅନ୍ୟ ମାନଙ୍କ ମଧ୍ୟ ରେ ସମାଜ ସେବୀ ଶ୍ରୀକର ମିଶ୍ର, ବିରଂଚିି ସାଏ, ଫକୀର ମୋହନ ଥାଟି, ମନ ସାଏ, କପିଳେଶ୍ୱରର ପାଣିଗ୍ରାହୀ, ସଂଯୁକ୍ତା ପାଣିଗ୍ରାହୀ, ସୁଶାନ୍ତ ପାଣିଗ୍ରାହୀ ପ୍ରମୁଖ ମଂଚାସୀନ ଥିଲେ ।