ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା କ୍ରୀଡ଼ା ସଂସଦ ଆନୁକୂଲ୍ୟରେ ୭ଗୋଟି ପଡ଼ିଆରେ ଫୁଟବଲ ଖେଳ ଅନୁଷ୍ଠିତ ହୋଇଯାଇଛି । ସୁଜିଆ ପଡ଼ିଆରେ ସୁଜିଆ ୨-୦ ଗୋଲରେ କୁଶଙ୍ଗକୁ ହରାଇ ବିଜୟୀ ହୋଇଛି । ଅତିଥି ଭାବେ ଲୋଇସିଂହା ସରପଂଚ ନବକିଶୋର ନାଏକ, ପୂର୍ବ ଖେଳାଳି ସୁରେଶ ସଲତର ଓ ଜିଲ୍ଲା କ୍ରୀଡ଼ାଧିକାରୀ ପରାସର ବାଗ ଯୋଗ ଦେଇଥିଲେ । ଖେଳକୁ ଜିତେନ୍ଦ୍ର ପାତ୍ର, କରୁଣାକର ପ୍ରଧାନ, ସନ୍ଦିପ ତରିଆ ଓ ଜ୍ୟୋର୍ତିମୟ ରାଉତ ପରିଚାଳନା କରିଥିଲେ । ଖୁଜେନପାଲି ପଡ଼ିଆରେ ଗଇଁନ୍ତଲା ଟ୍ରାଇବ୍ରେକର ୩-୨ ଗୋଲରେ ଆରଏଫ୍ଏ କାଲସାଏପାଲିକୁ ହରାଇ ବିଜୟୀ ହୋଇଛି । ଅତିଥି ଭାବେ କ୍ରୀଡ଼ା ସଂସଦର ବରିଷ୍ଠ ସଦସ୍ୟ ଡା. ସିଦ୍ଧେଶ୍ୱର ମିଶ୍ର, ପୂର୍ବ ଖେଳାଳି ନିରଞ୍ଜନ ସାହୁ ଓ ଯୁଗେଶ୍ୱର ସାହୁ ଯୋଗ ଦେଇଥିଲେ । ଖେଳକୁ ଶ୍ରବଣ ବାଗ, ଖଲିଲଉର ରହମାନ, ଶୁଭ୍ରାଂଶୁ ରାଉତ ଓ ସୁଦୟ ବାରିକ ପରିଚାଳନା କରିଥିଲେ । ପଲ୍ଲିଶ୍ରୀ ଷ୍ଟାଡିୟମ ସଦାଇପାଲି ଠାରେ ଆଗଲପୁର ଇଲେଭେନ ଷ୍ଟାର ୨-୧ ଗୋଲରେ ବରକାନିକୁ ହରାଇ ବିଜୟୀ ହୋଇଛି । ଅତିଥି ଭାବେ କ୍ରୀଡ଼ା ସଂଗଠକ ଆଦିତ୍ୟ ପଟ୍ଟନାୟକ ଯୋଗ ଦେଇଥିଲେ । ଖେଳକୁ ସୁରେଶ ନାଏକ, ନିଶାରକାନ୍ତ ନାଗ, ସଞ୍ଜିବ ମହାରଣା ଓ ସୁଧାଂଶୁ ସେଠ ପରିଚାଳନା କରିଥିଲେ । ହଲଦି ପଡ଼ିଆରେ ପତ୍ରାପାଲି ଏଲ୍ଏଲ୍ବିଏସ୍ ଟ୍ରାଇବ୍ରେକର ୪-୨ ଗୋଲରେ ମୁରିବାହାଲକୁ ହରାଇ ବିଜୟୀ ହେଲା । ଅତିଥି ଭାବେ ପୂର୍ବ ଆର୍ମି ଧନେଶ୍ୱର ମାଝି, ବ୍ଲକ ଜର୍ଣ୍ଣାଲିଷ୍ଟ ସଭାପତି ସୁବ୍ରତ ମହାକୁର ଓ ଏମ୍ପି ନୋମିନି ଶ୍ରୀବତ୍ସ ବେହେରା ଯୋଗ ଦେଇଥିଲେ । ଜରାସିଂହା ମିନି ଷ୍ଟାଡିୟମ ଠାରେ ହାତୀସରା ଟ୍ରାଇବ୍ରେକର ୩-୨ ଗୋଲରେ ଘୁଚେପାଲିକୁ ହରାଇ ବିଜୟୀ ହୋଇଛି । ଅତିଥି ଭାବେ ଦେଓଗାଁ ବ୍ଲକ ପୂର୍ବ ଚେୟାରମେନ ରୀନା ମେହେର ଓ ଜରାସିଂହା ସମିତି ସଭ୍ୟ ଅମିତ କୁମାର ତ୍ରିପାଠୀ ଯୋଗ ଦେଇଥିଲେ । ଖେଳକୁ ସଞ୍ଜନ କୁଦେଇ, ଲକ୍ଷ୍ମୀଧର ମହାନ୍ତି, ପ୍ରଶାନ୍ତ ଥନାପତି ଓ ଶୁଶାନ୍ତ ଥନାପତି ପରିଚାଳନା କରିଥିଲେ । ଖୋଲାନ ପଡ଼ିଆରେ କୁରସୁଡ ୧-୦ ଗୋଲରେ ନାରେନକୁ ହରାଇ ବିଜୟୀ ହୋଇଛି । ଖେଳକୁ ମଳୟ ଘିବେଲା, ପ୍ରମୋଦ ରଣା, ସନ୍ୟାସି ନାଏକ ଓ ଗୋପାଳ ଘିବେଲା ପରିଚାଳନା କରିଥିଲେ । ଟାଉନ ହାଇସ୍କୁଲ ପଡ଼ିଆରେ ଡିଏଫ୍ଏ ୩-୧ ଗୋଲରେ ହୋମଗାର୍ଡ ସ୍ପୋଟିଂକୁ ହରାଇ ବିଜୟୀ ହୋଇଛି । ଅତିଥି ଭାବେ କ୍ରୀଡ଼ା ସଂସଦର କ୍ରିକେଟ ସଂପାଦକ ଓମ୍ ପ୍ରକାଶ ଚାନ୍ଦ ଓ ଯୁଗ୍ମ ସଂପାଦକ ଶତୃଘନ ସିଂ ଯୋଗ ଦେଇଥିଲେ । ଖେଳକୁ ଦେବାଶିଷ ବାଗ, ବିକି ବିଶି, ଜଳନ୍ଧର ସାହୁ ଓ ବୁଦ୍ଧଦେବ ସାହୁ ପରିଚାଳନା କରିଥିଲେ ।
Related Stories
March 1, 2024