ବଲାଙ୍ଗୀର : ପିଆର ହାଇସ୍କୁଲ ଇନଡୋର ବ୍ୟାଡ଼ମିଣ୍ଟନ ଷ୍ଟାଡିୟମ ବର୍ତ୍ତମାନ ସାରା ରାଜ୍ୟରେ ନା କଲାଣି । ନିୟମିତ ବ୍ୟବଧାନରେ ଏଠାରେ ଜିଲା ବ୍ୟାଣ୍ଟମିଣ୍ଟନ ସଂଘ ଦ୍ଵାରା ବିଭିନ୍ନ ବୟସ ବର୍ଗର ପ୍ରତିଯୋଗିତା ହେଉ କି ସିଲେକସନ୍ କ୍ୟାମ୍ପ ଅନବରତ ଚାଲିଛି । ଆଜି ସଂଘ ଦ୍ଵାରା ଆୟୋଜିତ ବଲାଙ୍ଗିର ଜିଲା ବ୍ୟାଡ଼ମିଣ୍ଟନ ଚାମ୍ପିଅନସିପ୍ ରେ ରେକର୍ଡ଼ ପରିମାଣର ୩୪୦ରୁ ଉର୍ଦ୍ଧ୍ଵ ଏଣ୍ଟ୍ରି ହୋଇ ପ୍ରତିଯୋଗିତା ହେଉଛି । ଆୟୋଜକ ସଂଘ ଏଥିପାଇଁ ନିଶ୍ଚିତ ଭାବେ ଧନ୍ୟବାଦର ପାତ୍ର । ଜିଲା ସଂଘ ଏପରି ପ୍ରତିଯୋଗିତା ଜାରି ରଖି ଏହା ମାଧ୍ୟମରେ ଜିଲାର ବ୍ୟାଡ଼ମିଣ୍ଟନ ଖେଳରେ ପ୍ରତିଭା ଖୋଜିବା ତାର ମୂଳ ଲକ୍ଷ୍ୟ ହେଉ ବୋଲି ଆଜି ଚାମ୍ପିଅନସିପ୍ ର ଫାଇନାଲ ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ନିଜ ବକ୍ତବ୍ୟରେ କହିଛନ୍ତି ।
ଜିଲା ବ୍ୟାଡମିଣ୍ଟନ ସଂଘ ସମ୍ପାଦକ ସୁରୁଲାଲ ମଟାରୀଙ୍କ ସଂଯୋଜନାରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ତ୍ରିମୁକୁଟ ଲାଭ କରିଥିବା ସମ୍ପଦା ମହାନ୍ତି, ୩ଟି ବୟସ ବର୍ଗରେ ଫାଇନାଲ ଖେଳିଥିବା ଶେୟାନ୍ସ କେଜ୍ରିୱାଲ ଓ ଉନ୍ନତ ଖେଳ ପ୍ରଦର୍ଶନ କରିଥିବା ବିଜୟ ଗୁଡ଼ିଆଙ୍କୁ ବର୍ଷର ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ କରାଯାଇଥିଲା । ଗତ ୩ ଦିନ ବ୍ୟାପୀ ଚାଲିଥିବା ଏହି ଚାମ୍ପିଅନସିପ୍ ରେ ସମସ୍ତ ବୟସ ବର୍ଗର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସନ୍ଧ୍ୟା ୬ଟା ରୁ ଆରମ୍ଭ ହୋଇଥିବା ଫାଇନାଲ ଖେଳମାନଙ୍କ ମଧ୍ୟରେ ୯ ବର୍ଷ ବୟସ ବର୍ଗରେ ସମର୍ଥ ପାଢୀ ଚମ୍ପିଆନ ଓ ଅରୁଜ ମାହାଣା ରନର୍ସ ଅପ୍, ୧୧ ବର୍ଷ ବୟସ ବର୍ଗ ବାଳିକା ବିଭାଗରେ ତନ୍ନା ସାହୁ ଚମ୍ପିଆନ ଓ ଆୟୁଷୀ ପ୍ରଧାନ ରନର୍ସ ଅପ୍ ଏବଂ ବାଳକରେ ଜି. ଗୌତମ ଚମ୍ପିଆନ ଓ ଅରୁଜ ମାହାଣା ରନର୍ସ ଅପ୍, ୧୩ ବୟସ ବର୍ଗ ବାଳିକାରେ ସୁଭସ୍ମିତା ଛତ୍ରିଆ ଚମ୍ପିଆନ ଓ ମିତ୍ତଲରାନୀ ଠାକୁର ରନର୍ସ ଅପ, ବାଳକ ବିଭାଗରେ ଅରୁଷ ପ୍ରଧାନ ଚମ୍ପିଆନ ଓ ବୈଭବ ସାହୁ ରନର୍ସ ଅପ୍ ଏବଂ ୧୩ ବାଳକ ଡବଲ୍ସରେ ଜି.ଗୌତମ ସାଥୀ ଅରୁଷ ପ୍ରଧାନ ଚମ୍ପିଆ ଓ ସାଇ ଅର୍ପିତ ଖମାରୀ ଓ ବଚିକେତ ପାତ୍ର ରନର୍ସ ଅପ୍, ୧୫ ବର୍ଷ ବାଳିକା ସିଙ୍ଗଲ୍ସରେ ଶୁଭସ୍ମିତା ଛତ୍ରିଆ ଚମ୍ପିଆନ ଓ ଦୟା ପଟେଲ ରନର୍ସ ଅପ୍, ବାଳକରେ ସ୍ରେୟାନ୍ସ କେଜ୍ରିୱାଲ ଚମ୍ପିଆନ ଓ ବିଜୟ ଗୁଡ଼ିଆ ରନର୍ସ ଅପ୍, ଡବଲ୍ସରେ ସ୍ପନ୍ଦନ ମହାପାତ୍ର ଓ ପ୍ରିୟମ ପଣ୍ଡା ଚମ୍ପିଆନ ଓ ନରସିଂହ ଭୁଏ ଏବଂ ସାଥୀ ରନର୍ସ ଅପ, ୧୭ ବର୍ଷ ବାଳିକାରେ ସମ୍ପଦା ମହାନ୍ତି ଚମ୍ପିଆନ ଓ ନନ୍ଦିନୀ ଲାଲ ରନର୍ସ ଅପ, ୧୭ ବାଳକରେ ଦିବ୍ୟମ୍ କେଜ୍ରିୱାଲ ଓ ସ୍ରେୟାନ୍ସ କେଜ୍ରୱାଲ ରନର୍ସ ଅପ୍, ୧୭ ଡବଲ୍ସ ବିଭାଗରେ ଶ୍ରୀତମ ପ୍ରଧାନ ଏବଂ ଆଶୁତୋଷ ଚକ୍ରବର୍ତ୍ତୀ ଓ ଅଶ୍ଲେସ ମିଶ୍ର ରନର୍ସ ଅପ୍, ୧୯ ବର୍ଷ ବାଳିକା ବିଭାଗରେ ସମ୍ପଦା ମହାନ୍ତି ଚମ୍ପିଆ ମହାନ୍ତି ଚମ୍ପିଆନ ଓ ନନ୍ଦିନୀ ମହାନ୍ତି ରନର୍ସ ଅପ୍, ୧୯ ବାଳକ ସିଙ୍ଗଲ୍ସରେ ଜୟୈଶ ଅଗ୍ରୱାଲ ଚମ୍ପିଆନ ଓ ସ୍ରେୟାନ୍ସ କେଜ୍ରୱାଲ ରନର୍ସ ଅପ୍, ୧୯ ବାଳକ ଡବଲ୍ସରେ ସ୍ଵରାଜ ଯୋଷୀ, ନିଖିଲ ସୁନା ଚମ୍ପିଅନ୍ ଓ ପିୟୁଷ ନାଗ, ଶର୍ବେଶ୍ୱର ପୋଢ ରନର୍ସ ଅପ୍ ହୋଇଥିଲେ । ପ୍ରତିଯୋଗିତାରେ ବରିଷ୍ଠ ବର୍ଗର ମହିଳା ସିଙ୍ଗଲ୍ସରେ ସମ୍ପଦା ମହାନ୍ତି ଚମ୍ପିଆନ ଓ ନନ୍ଦିନୀ ଲାଲ ରନର୍ସ ଅପ୍, ପୁରୁଷ ବିଭାଗରେ ଦିବ୍ୟମ୍ କେଜ୍ରିୱାଲ ଚମ୍ପିଆନ ଓ ଜୟସ୍ ଅଗ୍ରୱାଲ ରନର୍ସ ଅପ୍ । ବରିଷ୍ଠ ବିଭାଗରେ ଜୟସ୍ ଅଗ୍ରୱାଲ ଓ ସାଥୀ ଦିବ୍ୟମ୍ କେଜ୍ରିୱାଲ ଚମ୍ପିଆନ ହୋଇଥିବା ବେଳେ ମହମ୍ମଦ ଇର୍ଫାନ ଓ ସାଥୀ ନିତିଶ ପ୍ରଧାନ ରନର୍ସ ଅପ୍ ହୋଇଥିଲେ । ଭେଟେରାନ ବିଭାଗର ୩୫ରୁ ୪୫ ବୟସ ବର୍ଗରେ ମନୋଜ ବେହେରା ଚମ୍ପିଆନ ଓ ଦିବ୍ୟା ଲୋଚନ ଦାଶ ନରର୍ସ ଅପ ହୋଇଛନ୍ତି। ଏହି ବୟତସ ଡବଲ୍ସ ବିଭାଗରେ ଅମ୍ବିକା ନାୟକ ଓ ସାଥୀ ମାନସ ମହାନ୍ତି ଚମ୍ପିଆନ ହୋଇଥିବା ବେଳେ ସାଥୀ ପୂର୍ଣ୍ଣଚନ୍ଦ୍ର ପଟେଲ ରନର୍ସ ଅପ୍ ହୋଇଥିଲେ ।
ସେହିପରି ୪୫ ରୁ ୫୫ ବର୍ଷ ବର୍ଗରେ ମନୋରଂଜନ ପଣ୍ଡା ଚମ୍ପିଆନ ଓ ଏସକେ ବେହେରା ରନର୍ସ ଅପ୍ ହୋଇଥିଲେ । ଏହି ବର୍ଗରେ ଡବଲ୍ସରେ ଏସକେ ବେହେରା ଓ ଜେବି ପୂଜାରୀ ଚମ୍ପିଆନ ହୋଇଥିବା ବେଳେ ବେଣୁଧର ପାଣ୍ଡେ ଓ ସାଥୀ ଘନଶ୍ୟାମ ମିଶ୍ର ରନର୍ସ ଅପ୍ ଆଖ୍ୟା ଅର୍ଜନ କରିଥିଲେ । ପ୍ରତିଯୋଗିତାକୁ ରାଜ୍ୟ ସଂଘ ଦ୍ଵାରା ସ୍ଵୀକୃତିପ୍ରାପ୍ତ ଅମ୍ପାୟାର ମାନଙ୍କ ଦ୍ଵାରା ପରିଚାଳନା ହୋଇଥିଲା ।