ଭୁବନେଶ୍ୱର : ପାଣିରେ ବୁଡି ଶିଶୁ କନ୍ୟାର ମୃତ୍ୟୁ । ସମ୍ବଲପୁର ରେଢାଖୋଲରେ ଘଟିଛି ଏଭଳି ଅଘଟଣ । ମୃତ ଶିଶୁ ହେଲା ଦେହୁରିସାହିର ଲୁଲୁ ବେଉରାଙ୍କ ଝିଅ । ଶିଶୁ କନ୍ୟାଟି ଘରେ ଖେଳୁଥିବା ବେଳେ ପାଣି ଡେକଚିରେ ପଡିଯାଇଥିଲା । ଏହାପରେ ଶିଶୁଟିର ମୃତ୍ୟୁ ହୋଇଛି । ଘଟଣା ପରେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।