ୱାଶିଂଟନ, 25 ଜୁଲାଇ : ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୁକ୍ତ ଆକ୍ରମଣ କରିବା ପୂର୍ବରୁ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜନ ଏଫ କେନେଡିଙ୍କ ହତ୍ୟା ସଂପର୍କିତ ତଥ୍ୟ ଅନଲାଇନରେ ସର୍ଚ୍ଚ କରିଥିଲା । ଏଫବିଆଇର ନିର୍ଦ୍ଦେଶକ କ୍ରିଷ୍ଟୋଫର ବୁଧବାର ସାଂସଦଙ୍କ ସହ ଆଲୋଚନା ବେଳେ ଏହି ଦାବି କରିଛନ୍ତି । ସେ କହିଛନ୍ତି ଯେ, ଜବତ ଲ୍ୟାପଟପରୁ ଏହି ସୂଚନା ମିଳିଛି । ଏଫବିଆଇ ନିର୍ଦ୍ଦେଶକ କହିଛନ୍ତି ଯେ, ସେ ଘଟଣାକୁ ରୂପ ଦେବା ପୂର୍ବରୁ ଗୁଗୁଲରେ ସର୍ଚ୍ଚ କରିଥିଲା ଯେ, କେନେଡିର ହତ୍ୟା କରିଥିବା ଓସାଭୋଲ୍ଡ କେତେ ଦୂରରେ ଠିଆ ହୋଇଥିଲା ।