ଭୁବନେଶ୍ୱର : ୫ ହଜାର ଟଙ୍କା ଲାଂଚ ନେଉଥିବା ବେଳେ ମଙ୍ଗଳବାର ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଜଣେ ଆସିଷ୍ଟାଂଟ ସେକ୍ସନ୍ ଅଫିସର (ଏଏସଓ) । ଭୁବନେଶ୍ୱର ସ୍ଥିତ ଜଳ ସମ୍ପଦ ବିଭାଗର ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ନିଯୁକ୍ତ ଏଏସଓ ସୌମ୍ୟ ରଂଜନ ଦାଶ । ହାଉସ୍ ବିଲ୍ଡିଂ ଲୋନ୍ ଲାଗି ଫାଇଲ ପ୍ରୋସେସିଂ କରିବା ପାଇଁ ଶ୍ରୀ ଦାଶ ଅଭିଯୋଗକାରୀଙ୍କ ଠାରୁ ୫ ହଜାର ଟଙ୍କା ନେଉଥିଲେ । ଭିଜିଲାନ୍ସ ଅଧିକାରୀମାନେ ତାଙ୍କ ନିକଟରୁ ଲାଂଚ ଟଙ୍କା ଜବତ କରିବା ସହ ତାଙ୍କୁ ଅଟକ ରଖିଛନ୍ତି । ଏନେଇ ଭୁବନେଶ୍ୱର ଭିଜିଲାନ୍ସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି । ଏହାସହ ଆୟ ବର୍ହିଭୂତ ସମ୍ପତି ଠୁଳ ମାମଲାରେ ଶ୍ରୀ ଦାଶଙ୍କ ଦୁଇଟି ଠିକଣା ଉପରେ ଚଢାଉ କରାଯାଇଛି ।