ନୂଆଦିଲ୍ଲୀ : ଦିଲ୍ଲୀର ରାଉଜ ଏଭିନ୍ୟୁ କୋର୍ଟରେ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ପେଶାୱତ କରିଥିବା ମାନହାନୀ ମକଦ୍ଦମା ମାମଲାରେ ଶୁକ୍ରବାର ଦିନ ଭିସି ଜରିଆରେ ହାଜର ହୋଇଥିଲେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ । ଅତିରିକ୍ତ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ ହରଜିତ ସିଂହ ଜସପାଲ ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର 16 ତାରିଖରେ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଶୁଣାଣି ସମୟରେ ଅଭିଯୋଗକାରିଣୀ ଗଜେନ୍ଦ୍ର ସିଂହ ଶେଖାୱତ ଭିସି ଜରିଆରେ ଉପସ୍ଥିତ ଥିଲେ । ଅଶୋକ ଗେହେଲଟଙ୍କ ପକ୍ଷରୁ ତାଙ୍କ ଓକିଲ ରମେଶ ଗୁପ୍ତା ହାଇକୋର୍ଟରେ ବିଚାରାଧୀନ ଥିବା ମାମଲା ସହ ଜଡିତ ଦଲିଲଗୁଡ଼ିକୁ ରେକର୍ଡ କରିବାକୁ ଦାବି କରିଥିଲେ ।
କେନ୍ଦ୍ରମନ୍ତ୍ରୀ ଆବେଦନପତ୍ରରେ ଦର୍ଶାଇଛନ୍ତି ଯେ ଗେହଲୋଟ୍ ଏକ ସାର୍ବଜନୀନ ବିବୃତ୍ତି ଦେଇଛନ୍ତି ଯେ ସଞ୍ଜିବନୀ ସମବାୟ ସମିତି ଦୁର୍ନୀତିରେ ଶେଖାୱତଙ୍କ ବିରୋଧରେ ହୋଇଥିବା ଅଭିଯୋଗ ସ୍ୱତନ୍ତ୍ର ଅପରେସନ୍ ଗ୍ରୁପର ଯାଞ୍ଚ ସମୟରେ ପ୍ରମାଣିତ ହୋଇଛି। ସଞ୍ଜୀବନୀ ସମବାୟ ସମିତି ପ୍ରାୟ ଏକ ଲକ୍ଷ ଲୋକଙ୍କ କଷ୍ଟ ଉପାର୍ଜିତ ଟଙ୍କା ଲୁଟି ନେଇଛି। ଏହି ଘୋଟାଲାରେ ପ୍ରାୟ 900 କୋଟି ଟଙ୍କା ଅନିୟମିତତାର ଅଭିଯୋଗ ଆସିଛି। ଦୁର୍ନୀତି ହୋଇଥିବା ଏକ ସମିତି ସହ ତାଙ୍କ ନାମକୁ ଯୋଡି ତାଙ୍କ ଚରିତ୍ର ହନନ କରିବାକୁ ଉଦ୍ୟମ କରାଯାଇଥିବା କେନ୍ଦ୍ରମନ୍ତ୍ରୀ କହିଛନ୍ତି । ଏହି ସମିତି ସହ ତାଙ୍କର କିମ୍ବା ତାଙ୍କ ପରିବାରର କୌଣସି ସଦସ୍ୟ ସମ୍ପୃକ୍ତ ନଥିବା ସେ କହିଛନ୍ତି ।