ଶିଲଙ୍ଗ : ମେଘାଳୟର ସୋନାପୁରରେ ପୁଣି ଥରେ ହୋଇଥିବା ଭୂସ୍ଖଳନରେ ୬ ନଂ ଜାତୀୟ ରାଜପଥ ଅବରୋଧ ହୋଇଛି । ଫଳରେ ପୁଣି ଥରେ ମିଜୋରାମ, ମଣିପୁର ଏବଂ ତ୍ରିପୁରା ରାଜ୍ୟ ତଥା ଦେଶର ଶେଷ ଭାଗକୁ ସଡ଼କ ପଥରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।
ମେଘାଳୟରେ ଲଗାତାର ଚାଲିଥିବା ମୂଷଳ ଧାରାରେ ବର୍ଷା ଯୋଗୁଁ ଶୁକ୍ରବାର ବିଳମ୍ବିତ ରାତିରେ ଏଠାରେ ଭୂସ୍ଖଳନ ହୋଇଛି । ଶନିବାର ସକାଳୁ ସଡ଼କରୁ ପଥର ଖଣ୍ଡ, ମାଟି, କାଦୁଅ ହଟାଇବା କାର୍ଯ୍ୟ ଜାରି ରହିଛି । ଯେଉଁଥି ପାଇଁ ୬ ନଂ ଜାତୀୟ ରାଜପଥ ସିଲଚର-ବଦରପୁର ଲିଙ୍କ୍ ରୋଡ଼ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି । ଫଳରେ ୬ ନଂ ଜାତୀୟ ରାଜପଥର ସିଲଚର-ବଦରପୁର ରୁଟ୍ ରେ ମିଜୋରାମ, ମଣିପୁର, ତ୍ରିପୁରା ଆଦି ସ୍ଥାନକୁ ଯାଉଥିବା ଗାଡି ଗୁଡିକ ଲମ୍ବା ଧାଡିରେ ଛିଡା ହୋଇ ରହିଛି ।
ଏଠାରେ ଉଲ୍ଲେଖଯୋଗ୍ୟ, ଅଗଷ୍ଟ ୫ ଓ ୧୧ ତାରିଖରେ ମଧ୍ୟ ଏହି ସ୍ଥାନରେ ଭୂସ୍ଖଳନ ହୋଇଥିବାରୁ ରାସ୍ତା ବନ୍ଦ ରହିଥିଲା ।