ଭୁବନେଶ୍ୱର, 24 ଏପ୍ରିଲ – ଆସନ୍ତାକାଲି (ଗୁରୁବାର)ଓଡ଼ିଶା ଆସିବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ଗୁରୁବାର ଅପରାହ୍ଣ ସାଢ଼େ ୩ଟାରେ ଅମିତ ଶାହ ଝାରସୁଗୁଡ଼ା ବିମାନବନ୍ଦରରେ ପହଂଚିବେ । ସେଠାରୁ ସୋନପୁର ଯାଇ ରାମେଶ୍ୱର ଷ୍ଟାଡିୟମରେ ଆୟୋଜିତ ଜନସଭାରେ ଉଦବୋଧନ ଦେବେ ଶାହ । ସେଠାରୁ କାର୍ଯ୍ୟକ୍ରମ ସାରି ସେ ଝାରସୁଗୁଡା ବିମାନବନ୍ଦର ପହଂଚିବେ । ବିମାନବନ୍ଦରରୁ ସନ୍ଧ୍ୟା ୬ଟା ୫୫ରେ ଭୁବନେଶ୍ୱର ପହଂଚିବେ । ପରେ ଶାହ ଭୁବନେଶ୍ୱରରେ ରାଜ୍ୟ ବରିଷ୍ଠ ନେତାଙ୍କ ସହ ନିର୍ବାଚନ ରଣନୀତି ନେଇ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।
