ସାଲେପୁର : ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତି ଗାଁକୁ ସଶସ୍ତ କରିବା ଲକ୍ଷ୍ୟରେ ଗତକାଲି ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଜରିଆରେ ନିଶ୍ଚିନ୍ତକୋଇଲି ବ୍ଲକକୁ ୨୦ କୋଟି ୫୭ ଲକ୍ଷ ଟଙ୍କା ଅନୁଦାନ ଦେଇଥିବା ଜଣାପଡିଛି । ନିଶ୍ଚିନ୍ତକୋଇଲି ବ୍ଲକର ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ଥିବା ୨୭ ଗୋଟି ପଞ୍ଚାୟତ ଓ କଟକ ସଦର ନିର୍ବାଚନ ମଣ୍ଡଳୀର ୧୪ ଗୋଟି ପଞ୍ଚାୟତ ପାଇଁ ମୋଟ ୨୦ କୋଟି ୫୭ ଲକ୍ଷ ଟଙ୍କା ଅନୁଦାନ ଦିଆଗଲା ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରନ୍ସେ ମାଧ୍ୟମରେ ସର୍ବସାଧାରଣଙ୍କୁ ଅବଗତ କରାଇବା ସହ ଏହି ଅର୍ଥ ଖର୍ଚ୍ଚ ସରିଲା ପରେ ପୁନର୍ବାର ଆବଶ୍ୟକ ଅର୍ଥ ଦିଆଯିବ ବୋଲି ଫାଇଭ-ଟି ସଚିବ ଭି.କେ. ପାଣ୍ଡିଆନ କନଫରେନ୍ସ ମାଧ୍ୟମରେ ମତ ରଖିଥିଲେ ।
ସୂଚନାଯୋଗ୍ୟ ଯେ, ଏହି ବ୍ଲକର ୩୮୭ଟି ପ୍ରକଳ୍ପ ପାଇଁ ଅର୍ଥ ମଞ୍ଜୁର କରାଯାଇଥିଲା ବେଳେ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପୀଠର ଉନ୍ନତି ପାଇଁ ୨୩ କୋଟି ୫୦ ଲକ୍ଷ ଓ ବ୍ଲକ ଅଧିନରେ ଥିବା କଲେଜ ଗୁଡିକୁ ୧ କୋଟିରୁ ଉର୍ଦ୍ଧ୍ଵ ଟଙ୍କା ଦିଆଯିବା ସହ ଦେବାଦେବୀ ମନ୍ଦିର ପାଇଁ ମଧ୍ୟ ବହୁ ଅର୍ଥ ଯୋଗାଇ ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ମାହାଙ୍ଗା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ଯୋଗଦେଇ ସରକାରଙ୍କୁ କୃତଜ୍ଞତା ଜଣାଇବା ସହ ବ୍ଲକ ଅଞ୍ଚଳରୁ ଆସିଥିବା ହଜାର ହଜାର ଜନସାଧାରଣଙ୍କୁ ସାଧୁବାଦ ଜଣାଇଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷା ରୋଜି ସେଠୀ, ଉପାଧ୍ୟକ୍ଷ ଅଶୋକ କୁମାର ଓଝା, ପୂର୍ବତନ ଅଧ୍ୟକ୍ଷ ଗିରିଶ ରଂଜନ ମହାପାତ୍ର, ବ୍ଲକ ସଭାପତି ରମାକାନ୍ତ ମହାନ୍ତି, ଜିଲ୍ଲାପରିଷଦ ସଭ୍ୟ ବିପ୍ଳବ କାପ, ଜସ୍ମିତା ସେଠୀ, ଲଳିତେନ୍ଦୁ ବିଶୋଇ, ପ୍ରମୋଦ ସ୍ଵାଇଁ, ଜ୍ୟୋତି ସ୍ଵାଇଁ, ଜ୍ଞାନରଂଜନ ରାଉତ, କାର୍ଯ୍ୟକାରୀ ବିଡିଓ ଅଶୋକ ମହାନ୍ତି, ସହକାରୀ ଯନ୍ତ୍ରୀ ନୀଳମଣି ମହାପାତ୍ର, ବିମଳ ଦାସ, ଅମୀୟ ପ୍ରସାଦ ମହାନ୍ତିଙ୍କ ସମେତ ବ୍ଲକର ସମସ୍ତ କର୍ମଚାରୀ ଓ ଜନପ୍ରତିନିଧିମାନେ ଯୋଗଦେଇଥିଲେ ।