କାବୁଲ : ଭାରତୀୟ କ୍ରିକେଟର ପୂର୍ବତନ ବ୍ୟାଟ୍ସମ୍ୟାନ ଅଜୟ ଜାଡେଜାଙ୍କୁ ଆଇସିସି ପୁରୁଷ କ୍ରିକେଟ ବିଶ୍ୱକପ-20203 ପାଇଁ ଆଫଗାନିସ୍ତାନ କ୍ରିକେଟ ଟିମର ମେଣ୍ଟର ଭାବେ ନିଯୁକ୍ତ କରାଯାଇଛି ।
ଅଜୟ ଜାଡେଜା 1992ରୁ 2000 ମସିହା ପର୍ଯ୍ୟନ୍ତ ଭାରତ ପାଇଁ 15ଟି ଟେଷ୍ଟ ମ୍ୟାଚ ଖେଳିଥିଲେ । ସେ ହାରାହାରି 26.18ରେ 576 ରନ୍ ସ୍କୋର କରିଥିଲେ । ଏଥିରେ 4ଟି ଅର୍ଦ୍ଧଶତକ ରହିଥିବା ବେଳେ ସର୍ବଶ୍ରେଷ୍ଠ ସ୍କୋର ହେଉଛି 96 ରନ । ଏହାସହିତ ଜାଡେଜା 196ଟି ଏକଦିବସୀୟ ମ୍ୟାଚ ଖେଳିଛନ୍ତି । ଏଥିରେ 6ଟି ସେଞ୍ଚୁରୀ ଓ 30ଟି ଅର୍ଦ୍ଧଶତକ ରହିଛି ।
ଏବେ ବିଶ୍ୱକପ ପାଇଁ ଆଫଗାନିସ୍ତାନ ଟିମ୍ ଭାରତରେ ଅଛି । ତିରୁବନ୍ତପୁରମରେ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ମ୍ୟାଚ ସମୟରେ ପ୍ରବଳ ବର୍ଷା ଯୋଗୁ ଏହାକୁ ବାତିଲ କରାଯାଇଥିଲା । ତେବେ ଆଜି ଗୌହ୍ୱାଟୀରେ ଶ୍ରୀଲଙ୍କା ବିରୁଦ୍ଧରେ ଆଫଗାନିସ୍ତାନ ଖେଳିବ ଅଭ୍ୟାସ ମ୍ୟାଚ । ଅକ୍ଟୋବର 7ରେ ଧର୍ମଶାଳାରେ ବାଂଲାଦେଶ ବିପକ୍ଷରେ ଖେଳି ନିଜର ୱାର୍ଲ୍ଡକପ ଅଭିଯାନ ଆରମ୍ଭ କରିବ ଆଫଗାନିସ୍ତାନ।