ଭୁବନେଶ୍ୱର, 24 ଅକ୍ଟୋବର:ଭୁବନେଶ୍ୱରରେ ପବନ ବେଗ 35-40 ଏମପିଏଚ ରୁ ଅଧିକ ରହିବା ନେଇ ପାଣିପାଗ ସୂଚନା ରହିଛି. ଯାହା ବିମାନ ଉଡିବା ପାଇଁ ସୁରକ୍ଷିତ ନୁହେଁ. ଗତକାଲି ରାତିରେ ଏ ନେଇ ଜରୁରୀକାଳୀନ ବୈଠକ ବସିଥିଲା. ତେଣୁ ସବୁ ଅଂଶୀଦାର ନିଷ୍ପତ୍ତି ନେଲୁ ଯେ ଆଜି ସନ୍ଧ୍ୟା 5 ଟାରୁ ଆସନ୍ତାକାଲି ସକାଳ 9 ଯାଏଁ ବିମାନ ସେବା ବନ୍ଦ ରହିବ । ଭୁବନେଶ୍ୱର ବିମାନ ବନ୍ଦର ନିର୍ଦେଶକ ପ୍ରସନ୍ନ ପ୍ରଧାନ ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ, କାଲି ସକାଳେ ପୁଣି ସମୀକ୍ଷା ହେବ ପାଣିପାଗର ପରିବର୍ତ୍ତନ ନେଇ. ଯାହାକୁ ବିମାନ ଉଡିବା କି ବନ୍ଦ ରହିବା ନେଇ ନିଷ୍ପତ୍ତି ନେବୁ. ଏଥିରେ 40 ବିମାନର ସେବା ପ୍ରଭାବିତ ହେବ. ଯେଉଁଥିରେ କିଛି ବନ୍ଦ ରହିବ, କିଛି ବିଳମ୍ବ ହେବ, କିଛି ରିସିଡ୍ୟୁୁଲ ହେବ କି ଟିକେଟ କ୍ୟାନସଲ ହେବ । ହେଲେ ଯାତ୍ରୀଙ୍କ ସୁରକ୍ଷା ବଡ଼ । ଏବେ ଦିଲ୍ଲୀ ହେଡ଼କ୍ୱାର୍ଟର ଓ ବେସାମାରିକ ବିମାନ ଚଳାଚଳ ମନ୍ତ୍ରାଳୟ ମନିଟରିଂ କରୁଛନ୍ତି।
ସେମାନେ ଆମକୁ ବୈଷୟିକ ନିର୍ଦେଶ ଦେଇଛନ୍ତି. ବାତ୍ୟା ପର ଗାଇଡ଼ଲାଇନ ଅନୁସାରେ ପୁଣି ବିମାନ ସେବା ନେଇ ନିଷ୍ପତ୍ତି ନିଆଯିବ । ଅନ୍ତର୍ଜାତୀୟ ବିମାନ ଭାବେ ଆଜି କୁଆଲାମପୁର ବିମାନ ସେବା ବି ବନ୍ଦ ରହିବ।