ବଲାଙ୍ଗିର : ଫାଇଭ-ଟି ସଚିବଙ୍କ ଗସ୍ତ ପରେ ପରେ ବଲାଙ୍ଗୀରର ବିଭିନ୍ନ କଲେଜକୁ ମିଳିଲା ମୋଟ ୨୪ କୋଟିର ଅନୁଦାନ। ବଲାଙ୍ଗୀର ଗସ୍ତ ବେଳେ ଫାଇଭ-ଟି ସଚିବ ଘୋଷଣା କରିଥିଲେ ଯେ, ବଲାଙ୍ଗୀରର ସମସ୍ତ କଲେଜ ଫାଇଭ-ଟି ଅଧୀନକୁ ଆସିବ। ଏହି କ୍ରମରେ ରାଜେନ୍ଦ୍ର ବିଶ୍ବବିଦ୍ୟାଳୟକୁ ପ୍ରଥମ ପର୍ଯ୍ୟାୟରେ ମିଳିଛି ୧ କୋଟି ଟଙ୍କା। ଏହି ଟଙ୍କା ସ୍ମାର୍ଟ କ୍ଲାସରୁମ୍, ଇ-ଲାଇବ୍ରେରୀ ଓ ଭିତିଭୂମିର ବିକାଶ ପାଇଁ ଖର୍ଚ୍ଚ ହେବ ବୋଲି ଖବର ମିଳିଛି।