କୋଲକାତା : ପଶ୍ଚିମବଙ୍ଗର ରାଜଧାନୀ କୋଲକାତା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା କମିବା ପରେ ପୁଣି ଥରେ ଗରମ ଅନୁଭୂତ ହୋଇଛି । ପାଣିପାଗ ବିଭାଗର ଆକଳନ ଅନୁସାରେ ରାଜଧାନୀ କୋଲକାତାରେ ସର୍ବନିମ୍ନ ତାପମାତ୍ରା 28.7 ଡିଗ୍ରୀ ରେକର୍ଡ ହୋଇଛି ଯାହାକି ସାମାନ୍ୟ ତାପମାତ୍ରା ଠାରୁ 2 ଡିଗ୍ରୀ ଅଧିକ । ସେହିପରି ସର୍ବାଧିକ ତାପମାତ୍ରା 34.1 ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି ।
ଆକାଶରେ ବାଦଲ କାରଣରୁ ଗରମ ପବନ ଉପରକୁ ଉଠିପାରୁନାହିଁ । ଫଳରେ ପ୍ରବଳ ଗରମ ଅନୁଭୂତ ହେଉଛି ।
ଆକାଶରେ ବାଦଲ ଥିଲେ ମଧ୍ୟ ଆଜି କୋଲକାତା ସମେତ ହାୱଡା, ହୁଗୁଳି, ଉତ୍ତର ଓ ଦକ୍ଷିଣ 24 ପ୍ରଗଣା, ପୂର୍ବ ଓ ପଶ୍ଚିମ ମେଦିନୀପୁର, ପୁରୁଲିୟା, ବାଙ୍କୁଡା ସମେତ କିଛି ସ୍ଥାନରେ ବର୍ଷାର କୌଣସି ସମ୍ଭାବନା ନଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।
ଅନ୍ୟପଟେ ଉତ୍ତର ବଙ୍ଗର ଅଲୀପୁରଦ୍ୱାର, କୁଚବିହାର ଜଳପାଇଗୁଡି, ଦାର୍ଜିଲିଂ ଓ କଲିମପୋଙ୍ଗର ଛିତପୁଟରେ ବର୍ଷା ଜାରି ରହିଛି ।