ଗୌହାଟୀ : ଆସାମ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଜି.ପି. ସିଂହ କହିଛନ୍ତି ଯେ, ତିନି ଜିଲ୍ଲାକୁ ବାଦ୍ ଦେଇ ଆଜି ଠାରୁ ଆସାମରେ ଆର୍ମଡ ଫୋର୍ସ ସ୍ପେଶାଲ ପାୱାର ଏକ୍ଟ (ଏଏଫଏସପିଏ) ସମାପ୍ତ ହେବ । ସଶସ୍ତ୍ର ବଳ ବିଶେଷାଧିକାର ଅଧିନିୟମ କେବଳ ୩ ଜିଲ୍ଲା ଡିବୃଗଡ଼, ଚରାଇଦେବ ଏବଂ ଶିବସାଗରରେ ବଳବତର ରହିବ ।
ଆସାମ ପୋଲିସ ଦିବସ ସମାରୋହର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ସିଂହ କହିଥିଲେ ଯେ, ସଶସ୍ତ୍ର ବଳକୁ ବିଶେଷ ଅଧିକାର ଦେଉଥିବା ଏହି ଅଧିନିୟମ ଆଜି ଠାରୁ ପ୍ରାୟ ସମସ୍ତ ଜିଲ୍ଲାରେ ହଟାଯିବ । ସଶସ୍ତ୍ର ବଳ ବିଶେଷାଧିକାର ଅଧିନିୟମ କେବଳ ୩ ଜିଲ୍ଲା ଡିବୃଗଡ଼, ଚରାଇଦେବ ଏବଂ ଶିବସାଗରରେ ବଳବତର ରହିବ ।
ଏହି ଆଇନ ଅନୁସାରେ, ସଶସ୍ତ୍ର ବଳ ବିନା ଏଫଆଇଆର, ବିନା ୱାରେଂଟରେ ଯେ କୌଣସି ବ୍ୟକ୍ତିକୁ ଯେକୌଣସି ସମୟରେ ଯେକୌଣସି ସ୍ଥାନରୁ ଉଠାଇନେଇପାରିବ ।